Saturday , April 1 2023
Breaking News
Home / ବିଶେଷ / ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ ଜୋରଦାର ,୪ ହଜାର ଟଙ୍କା ଫାଇନ ଆଦାୟ

ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ ଜୋରଦାର ,୪ ହଜାର ଟଙ୍କା ଫାଇନ ଆଦାୟ

ଭୁବନ ୦୫/୦୫/୨୦୨୧(ଓଡ଼ିଶା ସମାଚାର)-ଓଡିଶାରେ ପୁନର୍ବାର ମହାମାରୀ କରୋନା ଧିରେଧିରେ କାୟା ବିସ୍ତାର କରି ଆଗକୁ ବଢୁଥିବାରୁ ସରକାର ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ପ୍ରତ୍ୟେକ ସଂଧ୍ୟାରେ ୫୩ ନମ୍ବର ଜାତୀୟ ରାଜପଥର ନୂଆବଜାର ଓ କାଳୀବଜାର ଠାରେ ମାସ୍କ ଚେକିଙ୍ଗ କରାଯାଉଛି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କ ନେତୃତ୍ୱରେ ଏଏସଆଇ ପ୍ରଦୀପ କୁମାର ଶତପଥି,ପ୍ରଭାତ କୁମାର ନାୟକ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ଗତକାଲି ୪ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.