Saturday , June 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ପକ୍ଷରୁ ଓଡ଼ିଶା ଏବଂ ଛତିଶଗଡ଼ରେ ଏହାର ପ୍ଲାଂଟ୍ ରେ ୭୫୦୦ରୁ ଅଧିକ ଲୋକଙ୍କୁ ଟିକାଦାନ

ବେଦାନ୍ତ ପକ୍ଷରୁ ଓଡ଼ିଶା ଏବଂ ଛତିଶଗଡ଼ରେ ଏହାର ପ୍ଲାଂଟ୍ ରେ ୭୫୦୦ରୁ ଅଧିକ ଲୋକଙ୍କୁ ଟିକାଦାନ

ଭୁବନେଶ୍ୱର, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ଭାରତର ବୃହତମ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ତଥା ଆଲୁମିନିୟମ୍ ଉତ୍ପାଦନକାରୀ ଓ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ କମ୍ପାନୀ ବେଦାନ୍ତ ପକ୍ଷରୁ କୋଭିଡ୍ ଟିକାକରଣ ପ୍ରୟାସ ଅନ୍ତର୍ଗତ ଏହାର ପ୍ଲାଂଟ୍ ରେ ୭୫୦୦ରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇଛି । ଏହାର ସହିତ କମ୍ପାନୀ ପକ୍ଷରୁ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ଛତିଶଗଡ଼ରେ ଥିବା ଏହାର ପ୍ଲାଂଟ୍ ଅଂଚଳରେ କୋଭିଡ୍ କେୟାର କେନ୍ଦ୍ର ଏବଂ କ୍ୱରାଟାଂଇନ୍ କେନ୍ଦ୍ରର କ୍ଷମତା ବୃଦ୍ଧି କରାଯାଇଛି । ଓଡ଼ିଶାର ଝାରସୁଗୁଡ଼ା ଏବଂ ଲାଞ୍ଜିଗଡ଼ ତଥା ଛତିଶଗଡ଼ର କୋର୍ବାଠାରେ ଥିବା ବାଲକୋଠାରେ ଥିôବା ବେଦାନ୍ତ କୋଭିଡ୍ କେୟାର କେନ୍ଦ୍ରରେ ୫୫୦ ବେଡ୍ ର ସୁବିଧା କରାଯାଇଛି । ଏଠାରେ ଆବଶ୍ୟକ ଭିତିଭୂମି ଏବଂ ମେଡ଼ିକାଲ କର୍ମଚାରୀଙ୍କ ଦ୍ୱାରା କୋଭିଡ୍ ଆକ୍ରାନ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି । ଏହା ସହିତ ଆଇସୋଲେଶନ ଏବଂ ଚିକିତ୍ସା ପରବର୍ତୀ ସୁବିଧା ପାଇଁ ଏଠାରେ କ୍ୱାରାଟାଂଇନ୍ କେନ୍ଦ୍ର ସ୍ଥାପନ କରାଯାଇଛି ।

ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସେହିପରି କଳାହାଣ୍ଡି ଜିଲ୍ଲାର ଭବାନିପାଟଣାସ୍ଥିତ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଜେନେରେଶନ ସୁବିଧା ଉପଲବ୍ଧ କରାଇବା ଲାଗି କାର୍ଯ୍ୟ ଜାରି ରହିଛି । ସମ୍ପ୍ରତି ବେଦାନ୍ତ ପକ୍ଷରୁ ଏଠାରେ ୧୦,୦୦୦ ଆରଟି ପିସିଆର୍ ଟେଷ୍ଟିଂ କିଟ୍ ଯୋଗାଇ ଦିଆଯାଇଛି । ଏହା ସହିତ ବେଦାନ୍ତ ପକ୍ଷରୁ ସ୍ଥାନୀୟ ଉପାନ୍ତ ଅଂଚଳରେ ପ୍ରଶାସନ ପକ୍ଷରୁ କରାଯାଉଥିବା ଟିକାକରଣ କାର୍ଯ୍ୟକ୍ରମରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରାର ପରିଚାଳିତ ହସ୍ପିଟାଲ ଏବଂ ଅଣବିକଶିତ ହସ୍ପିଟାଲର ବିକାଶ ପାଇଁ ବେଦାନ୍ତ ପକ୍ଷରୁ ଆବଶ୍ୟକ ମେଡିକାଲ ଭିତିଭୂମି ସ୍ୱତନ୍ତ୍ର ଭାବେ କୋଭିଡ୍ ଚିକିତ୍ସା ଲାଗି ଉପଲବ୍ଧ କରାଯାଉଛି ।

ଦେଶରେ ଦେଖାଦେଇଥିବା ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ୧୫୦ କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଗତବର୍ଷ ବେଦାନ୍ତ ପକ୍ଷରୁ ୨୦୧ କୋଟି ଟଙ୍କାର ଅନୁଦାନ ପିଏମ୍ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଥିଲା । ଏହାଦ୍ୱାରା ଦେଶବ୍ୟାପି ଦିନ ମଜୁରିଆଙ୍କ ଜୀବନଜୀବିକାକୁ ସହାୟତା ଯୋଗାଇ ଦିଆଯାଇଥିଲା । ଏହା ସହିତ କମ୍ପାନୀ ଏହାର କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାର ପ୍ଲାଂଟ୍ ଅଂଚଳରେ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା ଯେଗାଇ ଦିଆଯାଇଥିଲା ।

ଏହି ଅବସରରେ ବେଦାନ୍ତ ଲିଃ.ର ଆଲୁମିନିୟମ୍ ଏବଂ ପାୱାରର ସିଇଓ ତଥା କମର୍ସିଆଲ୍ ଏମଡ଼ି ଅଜୟ କପୁର କହିଲେ, ସମ୍ପ୍ରତି ଦେଶ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି । ଏପରିସ୍ଥଳେ ଆମେ ଆମର ନାଗରିକ, ଅଂଶୀଦାର, ସମଗ୍ର ସମାଜ ଏବଂ ସରକାରଙ୍କୁ ଏଭଳି ସଙ୍କଟ ଜନକ ସମୟରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ସେହିପରି ଦେଶର ଆଲୁମିନିୟମ୍ ଚାହିଦା ପୂରଣ କରିବା ଲାଗି ଆମେ ପ୍ରୟାସ ଜାରି ରଖିଛୁ । ନିରନ୍ତର ଆମେ ପ୍ଲାଂଟ୍ ଅଂଚଳରେ କୋଭିଡ୍ ସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଛୁ । ଏହାର ସଂକ୍ରମଣ ରୋକିବା ପ୍ରତି ଆମେ ପ୍ଲାଂଟ୍ ଅଂଚଳ ଏବଂ ଟାଉନଶିପ ରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଛୁ । ସେହିପରି ଆମର ହେଲଥ୍ କେୟାର କର୍ମଚାରୀମାନେ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେହିପରି ଆମେ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବେ କାର୍ଯ୍ୟ କରି ସମାଜିକ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ରୁଦ୍ଧିମନ୍ତ କରାଉଛୁ ।

ଏହି ଅବସରରେ କଳାହାଣ୍ଡିର ଦକ୍ଷିଣ ଡିଭିଜନ୍ର ଡିଭିଜିନାଲ୍ ଫରେଷ୍ଟ୍ ଅଫିସର ତଥା କୋଭିଡ୍ ଅପରେଶନ୍ ନୋଡ଼ାଲ ଅଫିସର ଟି. ଅଶୋକ କୁମାର କହିଲେ, କୋଭିଡ୍-୧୯ ଲଢ଼େଇ କ୍ଷେତ୍ରରେ ବେଦାନ୍ତ ଆଗେଇ ଆସି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛି । ମହାମାରୀ ସମୟରେ ବେଦାନ୍ତ ଜିଲ୍ଲା ସ୍ୱାସ୍ଥ୍ୟ କର୍ତୃପକ୍ଷ ସହାୟତା ଯୋଗାଇ ଦେଉଛି । କୋଭିଡ୍ ପଜିଟିଭ୍ଙ୍କ ଟେଷ୍ଟିଂ ଏବଂ ଆଇସୋଲେଶନ ତଥା ଚିକିତ୍ସାକୁ ବ୍ୟାପକ କରାଯାଇଛି । ଆରଟି ପିସିଆର୍ ଟେଷ୍ଟିଂ କିଟ୍ ଜିଲ୍ଲାର ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଏଭଳି କାର୍ଯ୍ୟ ସମାଜ ପ୍ରତି ଥିବା ବେଦାନ୍ତର ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି ।

ଏହି ଅବସରରେ କଳାହାଣ୍ଡିର ଜିଲ୍ଳାପାଳ ଟୁଇଟ୍ କରି ବେଦାନ୍ତ ଆଲୁମିନିୟମ୍ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍ ଲଢ଼େଇ କ୍ଷେତ୍ରରେ ଆର୍ଟି ପିସିଆର୍ କିଟି ଏବଂ ମେଡ଼ିକାଲ ଇକୁ୍ୟପମେଂଟସ୍ ଯୋଗାଣ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ମହାମାରୀ ସଙ୍କଟରୁ ସୁରକ୍ଷା ପାଇବା ପାଇଁ ବେଦାନ୍ତ ପକ୍ଷରୁ କର୍ମଚାରୀଙ୍କ ପାଇଁ ବହୁବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କମ୍ପାନୀ ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯିବା ସହିତ ଟିକା ନେବାର ସୁବିଧା, ସାନିଟେଶନ କିଟ୍ ବିତରଣ, ଉପାନ୍ତ ଗ୍ରାମଗୁଡ଼ିକର ସର୍ବସାଧାରଣ ସ୍ଥଳକୁ ସାନିଟାଇଜ୍ କରାଯାଉଛି ।
କୋଭିଡ୍ ଟାସ୍କ୍ ଫୋର୍ସ ଗଠନ କରାଯାଇ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ଦିନରାତି ସତର୍କ ଦୃଷ୍ଟି ରଖାଯାଇଛି ।
ଇତିମଧ୍ୟରେ ୭୫୦୦ରୁ ଅଧିକ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ବ୍ୟବସାୟିକ ଅଂଶୀଦାରଙ୍କୁ ଟିକାଦାନ କରାଯାଇ ୧୦୦ ପ୍ରତିଶତ ଟିକାକରଣ କରାଯାଇଛି ।

ଏହା ସହିତ ବିଜନେସ୍ କଂଟିନୁ୍ୟଟି ପ୍ଲାନ୍ ଗ୍ରହଣ କରାଯାଇଛି ।

ପ୍ଲାଂଟ୍ ଅଂଚଳରେ ସମସ୍ତ ଗମନାଗମନ ଉପରେ କଟକଣା ଜାରି କରାଯାଇଛି । ସେହିପରି ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।

ପ୍ଲାଂଟ୍ ଏବଂ ଟାଉନଶିପରେ ରାପିଡ୍ ଆଂଟିଜେନ୍ ଷ୍ଟେଟ୍ ଜାରି ରହିଛି । ପ୍ଲାଂଟ୍ ରେ ସାନିଟେଶନ ଏବଂ ଡିସଇନଫେକଶନ୍ ଅଭିଯାନ ଜାରି ରହିଛି ।

କଳାହାଣ୍ଡିର ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲରେ ପ୍ରଥମ ଘରୋଇ କୋଭିଡ୍ ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି ।

ସେହିପରି ହ୍ୱାଟସ୍ ଆପ୍ ଏବଂ ଫୋନ୍ କଲ୍ ମାଧ୍ୟମରେ ଟେଲିମେଡ଼ିସିନ୍ ସୁବିଧା ରୋଗୀଙ୍କକ ପାଇଁ ଯୋଗାଇ ଦିଆଯିବା ସହିତ ଇ-ପ୍ରେସ୍କ୍ରିପଶନ୍ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

ଗତବର୍ଷ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ୟୁନିଟ୍ ପକ୍ଷରୁ ଓଡ଼ିଶା ଏବଂ ଛତିଶଗଡ଼ର ଅଣସଂରକ୍ଷିତ ଅଂଚଳରେ ୧୦ ଳକ୍ଷ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା । ସେହିପରି ୧ ଲକ୍ଷ ଲୋକଙ୍କ ସୁବିଧା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ପିପିଇ କିଟ୍ ଯୋଗାଇ ଦିଆଯାଇଥିଲା । ୧୧,୦୦୦ରୁ ଅଧିକ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ସହିତ ମାସିକ ରାଶନ ୫,୦୦୦ ଦିନ ମଜୁରିଆ, ବସ୍ତି ବାସିନ୍ଦା ଏବଂ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଥିଲା । ୧୨୦ଟି ଗାଁରେ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସହିତ ବେଦାନ୍ତର ଭ୍ରାମ୍ୟମାଣ ହେଲଥ୍ ୟୁନିଟ୍ ମିଳିତ ଭାବେ କାର୍ଯ୍ୟ କରିବରା ସହିତ ସଚେତନତା ସୃଷ୍ଟି କରୁଛି । ଗ୍ରାମୀଣ ବାସିନ୍ଦା, ଜିଲ୍ଲା ପ୍ରଶାସନ, ପୋଲିସ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟ ଫ୍ରଂଟ୍ ଲାଇଡ଼୍ ୱାର୍କରଙ୍କୁ ୨.୫ ଲକ୍ଷ ରିୟୁଜବୁଲ୍ ମାସ୍କ୍ ବିତରଣ କରାଯାଇଛି । ଏହା ସହିତ ବେଦାନ୍ତର କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାର ସ୍ୱେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା କୋଭିଡ୍ ରିଲିଫ୍ ପାଇଁ ଦାନ କରିଛନ୍ତି ।

ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜନେସ୍ ଯାହାକି ବେଦାନ୍ତ ଲିମିଟେଡ୍ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୦ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍ କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.