Saturday , March 25 2023
Breaking News
Home / ବିଶେଷ / ବଙ୍ଗାଳପୁର ପଂଚାୟତର ମନରେଗା ବନୀକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବଙ୍ଗାଳପୁର ପଂଚାୟତର ମନରେଗା ବନୀକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡ଼ା, ୦୫/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତରେ ୨୦୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଚଅଁପୁର ଗ୍ରାମର ମାଛବନ୍ଧ ଆର.ଡି. ରାସ୍ତା ଠାରୁ ଯେନାସାହି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ବନୀକରଣ କରାଯାଇଥିଲା । ବନୀକରଣ ସ୍ଥଳରେ ୧୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସମ୍ପର୍କରେ ନିର୍ମିତ ଫଳକରେ ସୂଚନା ମରାଯାଇଥିଲା । ବନୀକରଣର ମାତ୍ର ୫ମାସ ପରେ ମାତ୍ର ୧୦/୧୨ଟି ଗଛ ବଂଚିଥିବାର ଅଭିଯୋଗ ପରେ ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ ସେହି ଲଗାଯାଇଥିବା ଫଳକଟିରେ ଲେଖାକୁ ଲିଭାଇ ଦିଆଯାଇ ୧୦ଲକ୍ଷ ସ୍ଥାନରେ ୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ଲେଖାଯାଇଥିବା ବେଳେ ଶ୍ରମିକଙ୍କ ମଜୁରୀ ବାବଦ ୭ଲକ୍ଷ, ୬୦ହଜାର ୮୭୩ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି । ଏହି ପ୍ରକଳ୍ପ ଜରିଆରେ କେତେ ଶ୍ରମ ଦିବସ ସୃଷ୍ଟି କରାଗଲା ଓ କେତେ ଗଛ ଲାଗିଲା ସେ ସମ୍ପର୍କରେ କୈାଣସି ସୂଚନା ଫଳକରେ ନଥିବା ଅଭିଯୋଗ ହୋଇଛି । ଏହି ରାସ୍ତାରେ ମାତ୍ର ହାତଗଣତି କେତୋଟି ଗଛ ଲଗାଯାଇ ଲକ୍ଷାଧିକ ସରକାରୀ ଅର୍ଥ ହରିଲୁଟ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଚଅଁପୁର ଗ୍ରାମର ଧର୍ମାନନ୍ଦ ରାଉତରାୟ ଓ ବଙ୍ଗାଳପୁର ଗ୍ରାମର ପ୍ରଦୀପ୍ତ କୁମାର ଲେଙ୍କା ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.