ପାରାଦ୍ୱୀପ ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ର ଅବସରପ୍ରାପ୍ତ କର୍ମଚାରୀ ତଥା ପୂର୍ବନ ଭଲିବଲ ଖେଳାଳୀ ପ୍ରଦୀପ୍ତ କୁମାର ସାମନ୍ତରାୟ ସାଧାରଣରେ ଖୋକି ଭାଇ ନାମରେ ପରିଚିତ ଙ୍କ ୬୭ ବର୍ଷ ବୟସରେ ମେ ୩ ତାରିଖ ସୋମବାର ସଂନ୍ଧ୍ୟା ୭.୧୫ ମିନିଟ୍ ସମୟରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପିଡିତ ଓ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ସାମନ୍ତରାୟ ପାରାଦ୍ୱୀପ ବନ୍ଦର ଟ୍ରାଫିକ ବିଭାଗରେ ଜଣେ ପୂର୍ବନ କର୍ମଚାରୀ ଥିଲେ । ସେ ପାରାଦ୍ୱୀପ ର ହାଉସିଙ୍ଗ ବୋର୍ଡ କଲୋନୀ ରେ ରହୁଥିଲେ ଏବଂ ତାଙ୍କ ନିଜ ଘର କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଅନ୍ତର୍ଗତ ସାଶନୀପଡା । ସେ ପାରାଦ୍ୱୀପ ବନ୍ଦର ର ଭଲିବଲ ଖେଳାଳୀ ଭାବେ ୧୯୮୦ ମସିହା ଠାରୁ ଦୀର୍ଘ ୨୦ ବର୍ଷ ପାରାଦ୍ୱୀପ ବନ୍ଦର ପାଇଁ ପ୍ରତିନିଧିତ୍ୱ କରିଥିଲେ । ଏତଦବ୍ୟତୀତ ୧୯୯୦ ମସିହାରେ ରାଜ୍ୟ ଭଲିବଲ ଦଳରୁ ପ୍ରତିନିଧିତ୍ୱ କରି ଗୌହାଟୀ ଜାତୀୟ ଭଲିବଲ ଟୁର୍ଣ୍ଣାମେରେ ଅଂଶଗ୍ରହଣ କରିଥିଲେ । ପାରାଦ୍ୱୀପ ବନ୍ଦର କି୍ରଡା ସଂସଦ ର ଯୁଗ୍ମ ସଂପାଦକ ଭାବେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ପାରାଦ୍ୱୀପ ଚମ୍ପିଅନ୍ ଚିଲଡ୍ରେନ୍ ଆଥେଲେଟିକ ଟିମ୍ ରେ ମ୍ୟାନେଜର ଭାବେ ଦୀର୍ଘ ୧୦ ବର୍ଷ ଦାୟିତ୍ୱରେ ଥିଲେ । କି୍ରଡାପ୍ରେମୀ, ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତିତ୍ୱ ପାଇଁ ପାରାଦ୍ୱୀପ ସମେତ ସମଗ୍ର ଓଡିଶାର ଖେଳ ଜଗତରେ ଅତ୍ୟନ୍ତ ପରିଚିତ ବ୍ୟକ୍ତି ଥିଲେ । ସୂଚନା ଥାଉକି ସ୍ୱର୍ଗତ ସାମନ୍ତରାୟ ପାରାଦ୍ୱୀପ ର ବରିଷ୍ଟ ଶ୍ରମିକନେତା ତଥା ପୂର୍ବନ ସାଂସଦ ପ୍ରଭାତ ସାମନ୍ତରାୟଙ୍କ କନିଷ୍ଠ ଭ୍ରାତା । ତାଙ୍କ ବିୟୋଗରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଗୋପବନ୍ଧୁ କି୍ରଡା ସଂସଦ ପକ୍ଷରୁ କୋଭିଡ୍ ନିୟମ ପାଳନପୂର୍ବକ ମଙ୍ଗଳବାର ଦିନ ସକାଳେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲେ । ଏଥିରେ ଗୋପବନ୍ଧୁ କି୍ରଡା ସଂସଦର ସଭାପତି ଧର୍ମେନ୍ଦ୍ର ନାଥ ସୋନ୍ଧି, କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ, କି୍ରଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ରୁଦ୍ର ନାରାୟଣ ମିଶ୍ର, ସଂପାଦକ ରଞ୍ଜନ ରଶ୍ମି ବେଉରା, ପ୍ରାକ୍ତନ ଭଲିବଲ ପ୍ରଶିକ୍ଷକ ସଞ୍ଜୟ କୁମାର ଦାସ,କାର୍ଯ୍ୟକାରୀଣି ସଭ୍ୟ ନିରଞ୍ଜନ ସ୍ୱାଇଁ, ଧୁନ ଚନ୍ଦ୍ର ତରାଇ ଓ ଅନ୍ୟାନ୍ୟ କି୍ରଡାବିତ୍ ମାନେ ଯୋଗ ଦେଇ ଶୋକବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ସେହିପରି ଖୋକି ଭାଇଙ୍କ ବିୟୋଗରେ ପାରାଦ୍ୱୀପ ର ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବରିଷ୍ଠ ନାଗରିକ ମାୟାଧର ରାଉତ, ପ୍ରାକ୍ତନ ଭଲିବଲ ଖେଳାଳୀ ନକୁଳ ବେହେରା, କାଳନ୍ଦି ନାଥ, ସୁଦର୍ଶନ ପଟ୍ଟନାୟକ , ଶଶାଙ୍କ ଆଚାର୍ଯର୍୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ କି୍ରଡାପ୍ରେମିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର