ନିରାକାରପୁର, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ସତେ ଯେମିତି ଲକ ଡ଼ାଉନ ପରେ ଆଉ କୌଣସି ଜିନିଷପତ୍ର ନ ମିଳିବ ଆଉ କିଛି ଦିନ ବଜାର ବୁଲା ବନ୍ଦ ହୋଇଯିବ । ସେଥିପାଇଁ ୫ ତାରିଖ ଲକ ଡ଼ାଉନ ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ଅସମ୍ଭବ ଧରଣର ଭିଡ଼ ଦେଖିବାକୁ ମିଳିଥିଲା । ଲୋକ ଭିଡ଼ ଦେଖି ବେପାରୀଙ୍କ କଚ୍ଚେପୁଅ ବାର । ମଙ୍ଗଳବାର ସବୁ ଜିନିଷ ପ୍ରାୟେ ଉଚ୍ଚାରେଟ ହୋଇଯାଇଥିଲା । ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଜଳଖିଆ ,ଫାଷ୍ଟଫୁଡ଼ ଦୋକାନ ସନ୍ଧ୍ୟା ୬ଟାବେଳକୁ ଖାଲି । ନିରାକାରପୁର ଲେବୁଲ କ୍ରସିଂ ନିକଟରେ ଭିଡ଼ ଆଜି କେତେ ଯେ କରୋନା ସଂକ୍ରମଣ ବଢାଇଥିବ ତାହା ସମସ୍ତଙ୍କ ଅବିଶ୍ୱାସର ବାହାରେ । ସବୁ ଦୋକାନରେ ଦୋକାନ ମାଲିକ ଓ ଗ୍ରାହକ ସମସ୍ତେ ସାମାଜିକ ଦୂରତା କଥା ଭୁଲିଗଲେ । ସତେ ଯେମିତି ନିରାକାରପୁର ବଜାରରେ ମେଳଣ ଚାଲିଛି । ସେହିଭଳି ମନେ ହେଲା । ବଜାର ଜାମ ଯୋଗୁ ଗଣ୍ଡଗୋଳ ଘଟିଲା ଓ ମାଡ଼ପିଟ ମଧ୍ୟ ହେଉଥିଲା । ହଠାତ ଦରଦାମ ବୃଦ୍ଧି ଗ୍ରାହକମାନଙ୍କୁ ଚିନ୍ତାରେ ପକାଇଛି । ଲାଭଖୋର ବେପାରୀମାନେ ଗ୍ରାହକମାନଙ୍କର ଚାହିଦା ଦେଖି ସେମାନଙ୍କ ଜିନିଷର ମୂଲ୍ୟକୁ ଦ୍ୱିଗୁଣିତ କରିଦେଇଛନ୍ତି । ତେଣୁ ଏହି ଦରଦାମକୁ ନିୟନ୍ତ୍ରଣାଧୀନ କରିବାକୁ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଚଢଉର ନିହାତି ଆବଶ୍ୟକତା ରହିଛି । ନଚେତ ବେପାରୀମାନେ କୃତିମ ଅଭାବ ସୃଷ୍ଟି କରି ଅତ୍ୟଧିକ ଚଢାଦରରେ ଜିନିଷପତ୍ର ବିକ୍ରି କରିବେ ଆଉ ଲକ ଡ଼ାଉନରେ ଛଟପଟ ଜନସାଧାରଣ ନିତ୍ୟ ବ୍ୟବହାର ଜିନିଷ ପାଇଁ ହନ୍ତସନ୍ତ ହେବ ସେଥିରେ ନିଃସନ୍ଦେହ । ଓଡ଼ିଶା ସମାଚାର