Wednesday , December 8 2021
Home / ଶିକ୍ଷା / ଡିଇଆଇଟି ଅଧ୍ୟକ୍ଷାଙ୍କୁ ଭାରମୁକ୍ତ କରି ନିର୍ଦେଶାଳୟରେ ଅବସ୍ଥାପିତ

ଡିଇଆଇଟି ଅଧ୍ୟକ୍ଷାଙ୍କୁ ଭାରମୁକ୍ତ କରି ନିର୍ଦେଶାଳୟରେ ଅବସ୍ଥାପିତ

କେନ୍ଦ୍ରାପଡ଼ା, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ମୀନାକ୍ଷି ମହାପାତ୍ରଙ୍କୁ  ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦେଶ କ୍ରମେ ଟି.ଇ. ଏବଂ ଏସ. ସି. ଇ. ଆର. ଟି. ର ନିର୍ଦେଶକ ବାଲିଆ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରୁ ଭାରମୁକ୍ତ କରିବା ସହ ନିର୍ଦେଶାଳୟରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି । ଶ୍ରୀମତୀ ମହାପାତ୍ରଙ୍କ ଠାରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ଭାବରେ ସମସ୍ତ କ୍ଷମତା ପ୍ରତ୍ୟାହାର କରିନିଆଯାଇଥିବା ସୂଚନା ମିଳିଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଅଭିଯୋଗକୁ ଭିତିିକରି ସ୍କୁଲ ଓ ଗଣଶିକ୍ଷା ବିଭାଗ ତଦନ୍ତ ପରେ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *