Friday , September 29 2023
Breaking News
Home / ବିଶେଷ / ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ଟୀକାକରଣ

ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ଟୀକାକରଣ

କେନ୍ଦ୍ରାପଡ଼ା, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିଷ୍ପତିି ଏବଂ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କର କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ସାଂପ୍ରତିକ କୋଭିଡ ମହାମାରୀ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ଗଚ୍ଚମାଧ୍ୟମ ଜରିଆରେ ଏହି ମହାମାରୀର ମୁକାବିଲା ନିମିତ କାର୍ଯ୍ୟ କରୁଥିବାରୁ  ମୁଖ୍ୟମନ୍ତ୍ରୀ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଟୀକାକରଣ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ମଙ୍ଗଳବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଗଚ୍ଚମାଧ୍ୟମ ପ୍ରତିନିଧିମାନଙ୍କୁ ଟୀକା ଦିଆଯାଇଛି । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଟୀକାକରଣ ବ୍ୟବସ୍ଥା ଥିବା ବେଳେ ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ଅନିବାର୍ଯ୍ୟ କାରଣ ବସତଃ ଏହି ଯୋଜନାରେ ସାମିଲ ହୋଇପାରି ନାହାନ୍ତି ସେମାନଙ୍କୁ ମଧ୍ୟ ଟୀକା ଦେବା ପାଇଁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଯେହେତୁ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ କରୋନା ସମୟରେ ସେମାନଙ୍କ ଭୂମିକା ନିର୍ବାହ କରୁଛନ୍ତି ତେଣୁ ସେମାନଙ୍କୁ ଟୀକା ଦିଆଯିବାର ଆବଶ୍ୟକତାକୁ ହୃଦବୋଧ କରି ଜିଲ୍ଲାପାଳ ଏଭଳି ପଦକ୍ଷେପ  ଗ୍ରହଣ କରିଛନ୍ତି । ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ପ୍ରତ୍ୟହ ସକାଳ ୧୧ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲୁରହିବ । ଜିଲ୍ଲାର ସମସ୍ତ ବ୍ଲକ,ସହରାଂଚଳ ଓ ଗ୍ରାମାଂଚଳରେ ଗଣମାଧ୍ୟମ ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧିମାନେ ନିଜର ପରିଚୟପତ୍ର, ଆଧାର କାର୍ଡ ଓ ଯେଉଁମାନେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ସେମାନେ ଉପରୋକ୍ତ ଦୁଇଟି ସମେତ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦର୍ଶନ କରି ଟୀକା ନେଇପାରିବେ । ଏହି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଟୀକାକରଣର ପ୍ରଥମ ଦିବସରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ହୋଇଥିବା ୩୪ଜଣ ଓ ଅନ୍ତର୍ଭୁକ୍ତ ହୋନଥିବା ୧୮ଜଣ ଏହିଭଳି ମୋଟ ୫୨ଜଣ ସାମ୍ବାଦିକଙ୍କୁ ଟୀକାକରଣ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *