Wednesday , December 8 2021
Home / ତାଜା ଖବର / ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଧାଫାସ – ୫ଟି ୭ ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଅଫୁଟା ଗୁଳି ଜବତ – ୨ ଗିରଫ

ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଧାଫାସ – ୫ଟି ୭ ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଅଫୁଟା ଗୁଳି ଜବତ – ୨ ଗିରଫ

କଟକ,୦୫/୦୫/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆନ୍ତଃରାଜ୍ୟ ବନ୍ଧୁକ ବେପାରର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ବୁଧବାର ପର୍ଦ୍ଦାଫାଶ କରିଛି। ଭଦ୍ରକ ଜିଲା ରାଣୀତାଲ ନିକଟରେ ଏସଟିଏଫ ଟିମ ଚଢାଉ କରି ୨ ଜଣ ବନ୍ଧୁକ ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରାସାଦ ଓ ବାଲେଶ୍ୱରର ଶ୍ରୀକୃଷ୍ଣପୁରର ଗାଁର ବିଶ୍ୱନାଥ ବିଶୋୟୀ।
ସେମାନଙ୍କ ନିକଟରୁ ୫ଟି ୭ ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଅଫୁଟା ଗୁଳି ଜବତ ହୋଇଛି। ବନ୍ଧୁକ କିଣାବିକା କରାଯାଉଥିବା ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରିଥିଲା। ଏ ସମ୍ପର୍କରେ ଏସଟିଏଫ ପିଏସ କେଶ ନଂ ୧୯ /୫.୫.୨୦୨୧ ରୁଜୁ କରାଯାଇଛି । ଗତ ବର୍ଷ ଏଭଳି ବେଆଇନ ମାମଲାରେ ଏସଟିଏଫ ଟିମ ୨୭ଟି ବନ୍ଧୁକ ଓ ୬୧ ଟି ଗୁଳି ଜବତ କରିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *