ତାରପୁର, ୦୫/୦୫/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଳକ୍ ଅନ୍ତର୍ଗତ ରାଢଙ୍ଗ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଉତମ କୁମାର ପ୍ରଧାନ କରୋନାରେ ଦେହ ତ୍ୟାଗ କରିଥିଲେ । ତାଙ୍କର ବିୟୋଗରେ ରାଢଙ୍ଗ ବଟ ମହାପୁରୁଷ ପ୍ରାଙ୍ଗଣରେ ଗତକାଲି ସନ୍ଧ୍ୟାରେ ଦେବୀ ପ୍ରସାଦ ମହାରଣା ଓ ସାରଦା ପ୍ରସାଦ ଜେନାଙ୍କ ଉଦ୍ୟମରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଏହି ଶୋକସଭାରେ ଶିକ୍ଷକ ଅଜୟ କୁମାର ବରାଳ, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ଶିକ୍ଷକ ଇଲାବନ୍ତ ରାଉତ, ନିମାଇଁ ରାଉତ, ରଘୁନାଥ ସ୍ୱାଇଁ, ନାରାୟଣ ସାସମଲ, ସ୍ନେହାଂଶୁ ଜେନା, ନିମାଇଁ ଚରଣ ରାଉତ, ସରୋଜ ମହାପାତ୍ର, ଶୁକଦେବ ଜେନା, ସୁଧିର ରଞ୍ଜନ ବାରିକ୍, ତୋଫାନ ମହାରଣା, ଉଲ୍ଲାସ କୁମାର ପାଳ, ମନୋଜ ଜେନା, ସାଗର ବାରିକ ପ୍ରମୁଖ ଯୋଗଦେଇ ଉତମ ସାର୍ ଜଣେ ଆଦର୍ଶ ଶିକ୍ଷକଥିଲେ ବୋଲି କହିଥିଲେ । ଓଡ଼ିଶା ସମାଚାର