ଭୁବନେଶ୍ୱର,୦୫/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୮୮୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୧୧ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୨୭୮ଜଣ ସ୍ଥାନୀୟ ବାସିନ୍ଦା ।ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ଗୋଟିଏ ଦିନରେ ୧୧୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
ସେହିଭଳି ଅନୁଗୁଳରୁ ୪୪୩, ବାଲେଶ୍ୱର ୧୫୧, ବରଗଡ ୪୮୩, ଭଦ୍ରକ ୫୨, ବଲାଙ୍ଗୀର ୩୨୬, ବଉଦ ୧୨୯, କଟକରୁ ୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୪, ଡେଙ୍କାନାଳରୁ ୯୦, ଗଜପତି ୧୧୭, ଗଞ୍ଜାମ ୩୧୦, ଜଗତସିଂହପୁର ୩୮୬, ଯାଜପୁର ୨୮୨, ଝାରସୁଗୁଡାରୁ ୩୮୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ଗୋଟିଏ ଦିନରେ କଳାହାଣ୍ଡିରୁ ୪୧୪, କେନ୍ଦୁଝର ୧୯୫, କନ୍ଧମାଳ ୫୨, କେନ୍ଦ୍ରାପଡା ୧୩୩, କୋରାପୁଟ ୯୪, ମାଲକାନଗିରିରୁ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବରେ ମୟୁରଭଞ୍ଜ ୨୪୩, ନବରଙ୍ଗପୁର ୪୧୪, ନୟାଗଡ ୨୨୩, ନୂଆପଡା ୩୩୫, ପୁରୀ ୪୩୬, ରାୟଗଡା ୧୨୯, ସମ୍ବଲପୁର ୪୭୦, ସୋନପୁରରୁ ୧୫୮ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୯୬୪୧ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ରହିଥିବା ବେଳେ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮୯୬୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୦୨୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୨୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୭୭୨୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୩୧୯୧୦୪ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର