Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / ୮୨୧୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ – ୧୫ ଜଣଙ୍କର ମୃତ୍ୟୁ

୮୨୧୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ – ୧୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୦୪/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୮୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩୫୩୨ଜଣ ସ୍ଥାନୀୟ ବାସିନ୍ଦା ।ଅନୁଗୋଳରୁ ୩୯୪, ବାଲେଶ୍ୱରରୁ ୩୦୨, ବରଗଡରୁ ୩୭୫, ଭଦ୍ରକରୁ ୬୩, ବଲାଙ୍ଗୀରରୁ ୩୦୫, ବୌଦ୍ଧରୁ ୯୮, କଟକରୁ ୪୪୭, ଦେବଗଡରୁ ୯୮, ଢେଙ୍କାନାଳରୁ ୪୭, ଗଜପତିରୁ ୧୨୧, ଗଞ୍ଜାମରୁ ୬୯, ଜଗତସିଂପୁରରୁ ୧୦୬, ଯାଜପୁରରୁ ୩୪୭, ଝାରସୁଗୁଡାରୁ ୩୧୬, କଳାହାଣ୍ଡିରୁ ୨୩୮, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୮୭, କେନ୍ଦୁଝରରୁ ୧୨୯, ଖୋର୍ଧାରୁ ୧୨୭୧, କୋରାପୁଟରୁ ୧୩୩, ମାଲକାନଗିରିରୁ ୩୨, ମୟୂରଭ଼ଞ୍ଜରୁ ୧୯୦, ନବରଙ୍ଗପୁରରୁ ୩୧୯, ନୟାଗଡରୁ ୨୫୦, ନୂଆପଡାରୁ ୨୬୧, ପୁରୀରୁ ୪୦୨, ରାୟଗଡାରୁ ୨୩୨, ସମ୍ବଲପୁରରୁ ୩୮୫, ସୋନପୁରରୁ ୨୪୮, ସୁନ୍ଦରଗଡରୁ ୬୩୬ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୭୯୭୫୨ କୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଖୋର୍ଦ୍ଧାରୁ ୫ ଜଣ,ରାୟଗଡ଼ାରୁ ୩ ଜଣ,ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ, କଟକ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି । ୫୩ ଜଣ କରୋନା ଆକ୍ରାନ୍ତ  ଙ୍କ ମୃତ୍ୟୁ ଅନ୍ୟ ରୋଗରେ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୯୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୦୮୮ ଜଣ ଙ୍କର କରୋନା ରେ ମୃତ୍ୟୁ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୭୧୮୩୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।  ଏବେ ସୁଦ୍ଧା ରାଜ୍ୟରେ ୧୦୨୨୭୩୨୧ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.