କଟକ, ୦୪/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ୍ ୫ନଂ ଜୋନ୍ ଆୟତପୁର ପଂଚାୟତ ଉପକଣ୍ଠ ବ୍ରାହ୍ମଣବାଡ,ଦାମୋଦରପୁରର ୧୩,୧୪,୧୫ ନମ୍ବର ଓ୍ବ।ର୍ଡରେ ଜଳସଂକଟ ଅବସ୍ଥା ଭୟାନକ ରୂପନେଇଛି, ଏହି ଅଞ୍ଚଳରେ ସ୍ୱଜଳଧାରା ଯୋଜନା ଥାଇମଧ୍ୟ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳୁଛି,କଟକ ସହରର ଅତିନିକଟରେ ଏଭଳି ସମସ୍ୟା ପାଇଁ ସାଧାରଣ ଜନତା ଏହାକୁ ଦୀପତଳ ଅନ୍ଧାର ବୋଲି ବିବେଚନା କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ସହିତ ଆଗକୁ ଆହୁରି ପ୍ରଚଣ୍ଡ ରୌଦ୍ରତାପକୁ ନଜରରଖି ସମସ୍ୟାର କାରଣ ଓ ନିରାକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଯୁବନେତା ଲକ୍ଷ୍ମୀଧର ଜେନା, ଯୁବସମାଜସେବୀ ପରେଶ୍ ଭୂୟାଁ, ସୁରେନ୍ଦ୍ର ନାୟକ, ରବି ବାରିକ, ଅଭିମନ୍ୟୁ ଲେଙ୍କା, ନିରଂଜନ ବେହେରା,ସଂଜୟ ସେଠୀ, ବଳରାମ ନାୟକ, ସଂଜୟ ସାହୁ,ବରିଷ୍ଠ ସଭ୍ୟ ଇଂ.ପ୍ରକାଶ ମିଶ୍ର ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର