Monday , October 18 2021
Breaking News
Home / ବିଶେଷ / ଜିଲାରେ ୭୨ ଜଣ ନୂଆ କରୋନା ସଂଙ୍କ୍ରମିତ : ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍ ମେଣ୍ଟ ଜୋନ ଘୋଷଣା

ଜିଲାରେ ୭୨ ଜଣ ନୂଆ କରୋନା ସଂଙ୍କ୍ରମିତ : ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍ ମେଣ୍ଟ ଜୋନ ଘୋଷଣା

କନ୍ଧମାଳ, ୦୪/୦୫/୨୦୨୧(ଓଡ଼ିଶା ସମାଚାର/ କିଶୋର ସାହୁ)- କନ୍ଧମାଳ ଜିଲ୍ଲାରେ ଆଜି ୭୨ ଜଣ ନୂଆ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମୋହନ ଗିରି ବାରଖମା ରୁ ଜଣେ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇ ଥିବା ବେଳେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏଲଆଇସି କଲୋନୀ ରୁ ଜଣେ , ନୂଆସାହି ରୁ ଜଣେ.ଚକପଡୁ ବ୍ଲକ୍ ଲାଇନିପଡ଼ାରୁ ଜଣେ ,କୁମ୍ବରିଖୋଲରୁ ଜଣେ .ଦାରିଂବାଡ଼ି ବ୍ଲକ କର୍ଜିପାଙ୍ଗା ରୁ ଜଣେ , ଘୁ ଉଦୟଗିରି ପୋଲିସ କଲୋନୀ ରୁ ଜଣେ , ମାଲୋକପଡ଼ିରୁ ଜଣେ ,କ ନୂଆଗାଁ ଗହିଙ୍ଗିଆ ଗ୍ରାମ ସହ ସରଙ୍ଗଗଡ , ଖଜୁରୀପଡ଼ା , କୋଟଗଡ଼ ,ଫିରିଙ୍ଗିଆ , ଫୁଲବାଣୀ ,ଟିକାବାଲି ,ବ୍ଲକ ସହ ରାଇକିଆ ବ୍ଲକ୍ ର କନ୍ୟାଶ୍ରମ ରୋଡ , ଦଦୀଙ୍ଗିଆ ରୁ ଚାରି ଜଣ ,ଗୁମାମହା ରୁ ଜଣେ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଇକିଆ ୟୁକୋ ବ୍ୟାଙ୍କ ର କେତେକ କର୍ମଚାରୀ କରୋନା ସଂଙ୍କ୍ରମିତ ହୋଇଥିବା ଯୋଗୁ ପ୍ରଶାସନ ପକ୍ଷରୁ ବ୍ୟାଙ୍କ ରେ ତାଲା ଲଗାଯାଇ ଅଛି । ଏହି ସବୁ ଅଞ୍ଚଳ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍ ମେଣ୍ଟ ଜୋନ ଘୋଷଣା କରା ଯାଇଅଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *