Tuesday , March 28 2023
Breaking News
Home / ବିଶେଷ / କେନ୍ଦ୍ରାପଡା ସହରରେ ପ୍ରବଳ ଭିଡ: କୋଭିଡ କଟକଣାକୁ ଫୁ

କେନ୍ଦ୍ରାପଡା ସହରରେ ପ୍ରବଳ ଭିଡ: କୋଭିଡ କଟକଣାକୁ ଫୁ

କେନ୍ଦ୍ରାପଡ଼ା, ୦୪/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ ସୋମବାର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । କୋଭିଡ ନିୟମକୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇ ସାମାଜିକ ଦୂରତା ରକ୍ଷା ଓ ମୁହଁରେ ମାସ୍କ ପରିଧାନ ବ୍ୟବସ୍ଥାକୁ ଯେମିତି ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି ।  ମୁସଲମାନ ଭାଇଭଉଣୀମାନଙ୍କର ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଏବଂ ଆଗକୁ ଇଦ ପର୍ବ ଥିବାରୁ ସେମାନେ ସହରରେ ବିଭିନ୍ନ ଜିନିଷପତ୍ର କିଣିବା ପାଇଁ ସହରର ଦୋକାନ ଗୁଡିକରେ ଭିଡ ଲଗାଇଥିବାର ଦେଖାଯାଇଥିଲା । ଯେଉଁଥି ପାଇଁ ସହରର ରାସ୍ତା ଓ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖାଯାଇଥିଲା । ସେହିପରି କଳାବଜାରୀମାନେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ହୋଡିଂ ଆରମ୍ଭ କରିଦେଇଥିବା ବେଳେ ଆଳୁ, ପିଆଜ ଭଳି କେତେକ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଲୋକମାନେ ସେହିସବୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟକୁ କିଣିବା ପାଇଁ ଭିଡ ଜମାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏସବୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଟାଉନ ଥାନା ପକ୍ଷରୁ ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସବଇନସପେକ୍ଟର ସୈାମ୍ୟରଞ୍ଜନ ଜାଲି ସହରର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କୁ କୋଭିଡ ନିୟମ ସମ୍ପର୍କରେ ସଚେତନ କରାଉଥିବା ମଧ୍ୟ ଦେଖାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.