Thursday , September 28 2023
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ୧୩୨ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡା ଜିଲ୍ଲାରେ ୧୩୨ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡ଼ା, ୦୪/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ୧୩୨ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥି ମଧ୍ୟରୁ ଆଳି ବ୍ଲକରେ ୪ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୧୪ଟି,  ଗରଦପୁର ବ୍ଲକରେ ୧୪, କେନ୍ଦ୍ରାପଡା ବ୍ଲକରେ ୨୫ଟି, ମହାକାଳପଡା ବ୍ଲକରେ ୧୦, ମାର୍ଶାଘାଇ ବ୍ଲକରେ ୧୬, ପଟ୍ଟାମୁଣ୍ଡାଇ ବ୍ଲକରେ ୧୪, ରାଜକନିକା ବ୍ଲକରେ ୧୨, ରାଜନଗର ବ୍ଲକରେ ୧୧ ଓ କେନ୍ଦ୍ରାପଡା ପୌରାଂଚଳରେ ୧୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ  କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *