Monday , June 5 2023
Breaking News
Home / ବିଶେଷ / ୮ନମ୍ବର ଶାଖା କେନାଲକୁ ମାଟି ମାଫିଆ ପୋତିଦେବାକୁ ନେଇ ଜନ ଅସନ୍ତୋଷ ବଢୁଛି

୮ନମ୍ବର ଶାଖା କେନାଲକୁ ମାଟି ମାଫିଆ ପୋତିଦେବାକୁ ନେଇ ଜନ ଅସନ୍ତୋଷ ବଢୁଛି

କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)- ୮ନମ୍ବର ଶାଖା କେନାଲକୁ ମାଟି ମାଫିଆମାନେ ପୋତିଦେବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସାଧାରଣତଃ କେନାଲ ମାଧ୍ୟମରେ ଚାଷଜମିକୁ ଜଳସେଚନ କରାଯାଇ ଫସଲ ଉତ୍ପାଦନ କରାଯାଇଥାଏ । ଯଦି କେନାଲ ମଝିରେ ମାଟି ପକାଇ ଅବରୋଧ କରାଯାଏ ତେବେ ଫସଲ ଉତ୍ପାଦନ ଉପରେ ଏହା ଗଭୀର ପ୍ରଭାବ ପକାଇଥାଏ । ସେହିପରି କେନ୍ଦ୍ରାପଡା ସହର ପାଶ୍ୱର୍ଦେଇ ଯାଇଥିବା ପଟ୍ଟମୁଣ୍ଡାଇ କେନାଲର ୮ନମ୍ବର ଶାଖା କେନାଲକୁ ଆରକ୍ଷୀ ଅଧିକ୍ଷକଙ୍କ ଆବାସୀକ କାର୍ଯ୍ୟାଳୟ ନିକଟରେ ମାଟି ମାଫିଆମାନେ ମାଟି ପକାଇ ପୋତିଦେବା ସହ ଜଳପଥକୁ ଅବରୋଧ କରିଛନ୍ତି । ଗତ ପ୍ରାୟ ତିନିମାସ ହେବ ମାଟି ମାଫିଆ ସେହି କେନାଲକୁ ପୋତିଦେଇ କେନାଲ ଉପରେ ରାସ୍ତା ତିଆରି କରି ବ୍ୟବସାୟ କରୁଛନ୍ତି । ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ କେନାଲ ପୋତାଯାଇଥିବା କଥାକୁ ସ୍ୱୀକାର କରିବା ସହ କହିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ସେହି ଅବରୋଧକୁ ଉଠାଇ ଦିଆଯିବ । କେନାଲର ଦାୟିତ୍ୱ ପାଣିପଂଚାୟତର । ପାଣି ପଂଚାୟତ ଅଧିକାରୀଙ୍କୁ ପଚାରିଲେ ସେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । କିନ୍ତୁ ଏକମାସରୁ ଉଦ୍ଧ୍ୱର୍ହେବ ଗ୍ରାମବାସୀମାନେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେହି ଅବରୋଧକୁ ହଠାଯାଇନାହିଁ । କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନେ କେନାଲରେ ପାଣି ନ ଆସିବାରୁ ମୁଗ, ବିରି ପ୍ରଭୃତି ଚାଷ କରି ନ ପାରି ମୁଣ୍ଡରେ ହାତଦେଇ ବସିଛନ୍ତି । ଏସମ୍ପର୍କରେ ଜଳ ସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରେ ସେ କୁହନ୍ତି ଯେ ମୁଁ ଏହାର ତଦନ୍ତ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଚାଷୀମାନଙ୍କ ମଧ୍ୟରେ ଜନ ଅସନ୍ତୋଷ ତେଜିବାକୁ ଲାଗିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.