ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଠିକାଦାର ମହାସଂଘ ଓ ଶ୍ରମିକ ସଂଘ
ପାରାଦ୍ୱୀପ ୦୩/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସମୟରେ ଜୀବିକା ପାଇଁ ସମସ୍ତେ ସଂଗ୍ରାମ କରୁଥିବାବେଳେ ପାରାଦ୍ୱୀପ ର ଜଣେ ତଥାକଥିତ ଶ୍ରମିକ ନେତା ଜବରଦସ୍ତ ବିଭିନ୍ନ କମ୍ପାନୀ ଓ ଠିକାଦାରଙ୍କ ଦାଦା ବଟି ଓ ଏଥିପାଇଁ ଠିକାଦାର ସୁପରଭାଇଜରଙ୍କୁ ଆକ୍ରମଣ କରି ମେସିନ୍ ଭଙ୍ଗାରୁଜା କରିବା ନେଇ ସାଧାରଣରେ ଉତେଜନା ଦେଖାଦେଇଛି । ଘଟଣାରୁ ପ୍ରକାଶ ପାରାଦ୍ୱୀପ ର ଜନୈକ ଶ୍ରମିକ ନେତା ପ୍ରକାଶ ତି୍ରପାଠୀ ଏବଂ ତାଙ୍କର ମୁଖ୍ୟ ସହଯୋଗୀ ବୋଲାଉଥିବା ମହେନ୍ଦ୍ର କୁମାର ସାମଲ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ଏପ୍ରିଲ୍ ୨୬ ତାରିଖ ଦିନ ପ୍ରାୟ ୧ଘଟିକା ସମୟରେ ଦାଦାବଟି ପାଇଁ ପାରାଦ୍ୱୀପ ଚକ୍ରଧରପୁର ଅଂଚଳର ଜଣାଶୁଣା ଠିକାଦାର ତଥା ପରିବେଶବିତ୍ ସଞ୍ଜୟ କୁମାର ସାମନ୍ତରାୟଙ୍କୁ ପିପିଏଲ୍ ନିକଟସ୍ଥ ଆଇଓସିଏଲର ଏକ ରେଲ୍ୱେ ଟ୍ରାକ୍ ଲାଇନ୍ ସାଇଟ୍ ରେ ଆକ୍ରମଣ କରିଥିଲେ । ୨ଲକ୍ଷ ଟଙ୍କା ଦାବାବଟି ଦାବିରେ ସେମାନେ ଠିକାଦାରଙ୍କ ସୁପରଭାଇଜର ଯଜାତି ପଟ୍ଟନାୟକଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ତାଙ୍କର ସୁନା ଚେନ୍, ନଗଦ ୨୦ ହଜାର ଟଙ୍କା ଛଡାଇନେଇଥିବା ଏବଂ ସାଇଟ୍ ରେ ଥିବା ଏକ ମେସିନ୍ କୁ ଭାଙ୍ଗିରୁଜି ନଷ୍ଟ କରିଦେଇଥିବା ଠିକାଦାର ଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି । ଏତଦବ୍ୟତୀତ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଏକ ଘଂଟାଧରି ତାଣ୍ଡବ ରଚି ସେଠାରେ ଭୟର ବାତାବରଣ ସୃଷ୍ଟି କରିଥିଲେ ମଧ୍ୟ ନିକଟରେ ଥିବା ପିପିଏଲ୍ ଫାଣ୍ଡି ଓ ଆରପିଏଫ୍ ଥାନା ଥିବା ସତ୍ୱେ ମଧ୍ୟ କେହି ସହଯୋଗ କରିନଥିବା ଅଭିଯୋଗ ହୋଇଛି । ତେବେ ପାରାଦ୍ୱୀପରେ ଦୀର୍ଘଦିନରୁ ୧୫ ରୁ ୨୦ ଟି ଜଣାଶୁଣ ଶ୍ରମିକ ସଂଘ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଏପରି ଅସାମାଜିକ କାର୍ଯ୍ୟ କେବେ ଦେଖିବାକୁ ସ୍ଥାନୀୟ ଲୋକଙ୍କୁ ନେଇ କାର୍ଯ୍ୟ କରୁଥିଲାବେଳେ ଏଭଳି କାର୍ଯ୍ୟ କେତେଦୁର ସମିଚୀନ ଏବଂ ଏହି ଶ୍ରମିକ ନେତା କହା ବାହୁଛାୟାତଳେ ଦାବାବଟି ଆଦାୟ କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଶ୍ରମିକ ନେତା ତଥା ତାଙ୍କ ସହଯୋଗୀ ମହେନ୍ଦ୍ର ସାମଲ, ନଗେନ୍ଦ୍ର , ଗଗନ ଦାସ, ସନ୍ତୋଷ ମଲ୍ଲ ଓ ଅନ୍ୟମାନଙ୍କ ନାମରେ ପୂର୍ବରୁ ଗଣ୍ଡଗୋଳ ଓ ଦାଦାବଟି ନେଇ ଥାନାରେ ଅଭିଯୋଗ ହୋଇଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି । ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଅନ୍ୟପକ୍ଷ୍ୟରେ ଏପରି ଅସାମାଜିକ କାର୍ଯ୍ୟକୁ ବିଭିନ୍ନ ଶ୍ରମିକ ସଂଗଠନ ସମେତ ଶ୍ରୀ ଲୋକନାଥ ଠିକାଦାର ମହାସଂଘ ଦୃଢ ନିନ୍ଦା ଓ ପ୍ରତିବାଦ କରିବା ସହ ଆକ୍ରମଣକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରିବାକୁ କହିଛନ୍ତି । ତେବେ ଠିକାଦାର ପୋଲିସ ଓ ଆଇଓସିଏଲ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଠିକାଦାର ମହାସଂଘ ସମେତ ବିଭିନ୍ନ ଶ୍ରମିକ ସଂଗଠକ ଏପରି ମହାମାରୀ ସମୟରେ ବାଧ୍ୟ ହୋଇ ନ୍ୟାୟ ହାସଲ ପାଇଁ ରାଜ ରାସ୍ତାକୁ ଓହ୍ଳାଇବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡ଼ିଶା ସମାଚାର