Saturday , June 3 2023
Breaking News
Home / ବିଶେଷ / ଶ୍ରମିକ ଦିବସରେ କୋଭିଡ ନିୟମକୁ ଅଣଦେଖା କରି ମନରେଗା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ

ଶ୍ରମିକ ଦିବସରେ କୋଭିଡ ନିୟମକୁ ଅଣଦେଖା କରି ମନରେଗା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ

କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)-ସାରା ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଶ୍ରମିକମାନଙ୍କ ଅଧିକାର ଓ ଶୋଷଣରୁ ମୁକ୍ତି ପାଇଁ ଲଢେଇ ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଂଚାୟତର ମକନ୍ଦର ଗ୍ରାମରେ କିନ୍ତୁ ଶ୍ରମିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ବଳି ଦିଆଯାଇ ସରକାରୀ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେଉଥିବା ଅଭିଯୋଗ  ହୋଇଛି । ମଧୁଶାସନ ପଂଚାୟତର ମକନ୍ଦର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗୀୟ କାର୍ଯ୍ୟାଦେଶ ଥାଇ କଡାକିଆ ପୋଖରୀ ସୌନ୍ଧର୍ଯ୍ୟକରଣ  ଓ ପୁନରୁଦ୍ଧାର କାର୍ଯ୍ୟ  ଶ୍ରମ ଦିବସରେ ଚାଲୁରହିଥିବା ଅଭିଯୋଗ ହୋଇଛି । ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ କୋଭିଡ ନିୟମକୁ ସଂପୂର୍ଣ୍ଣ ଉଲ୍ଲଂଘନ  କରାଯାଇ ବିନା ମାସ୍କ ପିନ୍ଧା, ବିନା ସାନିଟାଇଜର ବ୍ୟବହାର ଓ  ନିର୍ଦ୍ଧିଷ୍ଟ ସାମାଜିକ ଦୂରତ୍ୱ  ରକ୍ଷା କରାନଯାଇ କାର୍ଯ୍ୟ ଚାଲୁରହିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପଂଚାୟତବାସୀଙ୍କ ପକ୍ଷରୁ ଶୁଭ୍ରାନ୍ତ ମହାନ୍ତି, ସତ୍ୟାନନ୍ଦ ନାୟକ, ସେକ ନୈାସଦ ଅହେମଦ, ଅରୁନ୍ଧତି ରାଉତ, ବିଶ୍ୱନାଥ ସାହୁ, କାର୍ତିକ ସେଠୀ, ହୃଷିକେଶ ତ୍ରିପାଠୀ, ସଞ୍ଜିବ କୁମାର ଦାସ, କମଳଲୋଚନ ସେଠୀ ପ୍ରମୁଖ  ଗରଦପୁର ବିଡିଓଙ୍କୁ ଅଭିଯୋଗ କରିଥିଲେବି କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । କରୋନା ଦ୍ୱିତୀୟ ଲହରୀର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ  ଯେଉଁଠି ସରକାରୀ ଅଧିକାରୀ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି କାର୍ଯ୍ୟ କରିବେ ଓ ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ ଶ୍ରମିକମାନଙ୍କ ସ୍ୱାର୍ଥକୁ ବଳି ଦେଇ ସେମାନଙ୍କୁ ବିପଦ ମଧ୍ୟକୁ ଠେଲିଦେବେ ସେଠାରେ ସାଧାରଣ ଜନତାଙ୍କ ଠାରୁ  କିଭଳି ଏହା ଆଶା କରିବା ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.