Saturday , April 1 2023
Breaking News
Home / ବିଶେଷ / ଯୁବ ବୈଜ୍ଞାନିକଙ୍କ ଏକାଦଶାହରେ ବଳଦେବ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ପକ୍ଷରୁ ସ୍ମୃତିସଭା

ଯୁବ ବୈଜ୍ଞାନିକଙ୍କ ଏକାଦଶାହରେ ବଳଦେବ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ପକ୍ଷରୁ ସ୍ମୃତିସଭା

କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)- ବଳଦେବ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର, ସହପାଠୀ, ଶିକ୍ଷକ ଓ ଶୀକ୍ଷୟିତ୍ରୀଙ୍କ ପକ୍ଷରୁ ଯୁବ ବୈଜ୍ଞାନିକ ସ୍ୱର୍ଗତ ପ୍ରିୟଶ୍ଳ୍ୱୋକ ଆର୍ଯ୍ୟ(ଟିକି)ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ପୁରାତନ ଛାତ୍ର ତଥା ସହପାଠୀ ସୁନିଲ ମହାଲିକଙ୍କ ସଭାପତିତ୍ୱରେ ଗୋପସ୍ଥିତ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୁରାତନ ଛାତ୍ର ପରିଷଦର ସଭାପତି ଅଧ୍ୟାପକ ଅଜୟ ସାମଲ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସ୍ୱର୍ଗତ ଆର୍ଯ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ଟିକି ପରି ଜଣେ ଦରଦୀ, ସ୍ୱାଭିମାନି, ପରୋପକାରୀ, ସଚ୍ଚୋଟ, ନମ୍ର, ଭଦ୍ର ବନ୍ଧୁକୁ ସହପାଠୀ ହରେଇଲେ ବୋଲି ସଭାପତି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ସ୍ମରଣୀକା “ଶ୍ରଦ୍ଧାଞ୍ଜଳି” ସ୍ମୃତିସଭାରେ ଉନ୍ମୋଚିତ ହୋଇଥିଲା । ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ଅଧୁନା ଧୂମାତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଞ୍ଜନ ରାଉତ ବକ୍ତବ୍ୟରେ ସ୍ୱର୍ଗତ ଆର୍ଯ୍ୟ ଜଣେ ମେଧାବୀ ଓ ପରୋପକାରୀ ଛାତ୍ର ଥିଲେ । ସେ ନିଜ ବଳଦେବ ଉଚ୍ଚ ବିଦ୍ୟାଳୟ ସହ ଗୋପ ପ୍ରାଥମିକ ବିଦ୍ୟାଳୟ ଓ ଦୁତିଆଳ ଉଚ୍ଚ ବିଦ୍ୟାଳୟକୁ ବିଭିନ୍ନ ବିଜ୍ଞାନ ଉପକରଣ, ବେଂଚ,ଡେସ୍କ ସହ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରୁଥିଲେ । ମୃତୁ୍ୟର କିଛିଦିନ ପୂର୍ବରୁ ସେ ଅନଲାଇନ କ୍ଲାସ ପାଇଁ ଟାବ ଓ ସ୍ମାର୍ଟ ମୋବାଇଲ ପ୍ରଦାନ କରିବେ ବୋଲି କହିଥିଲେ । ଏହି ଅବସରରେ ଶିକ୍ଷକ ଶ୍ରୀ ରାଉତ ସ୍ୱର୍ଗତ ଆର୍ଯ୍ୟଙ୍କ ସ୍ମୃତିରେ ଏକ ସ୍ୱରଚିର କବିତା ପାଠ କରିଥିଲେ । ସେହି କବିତାର ଦୁଇପଦ ଅତ୍ୟନ୍ତ ହୃଦୟସ୍ପର୍ଶୀଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ତଥା ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ବିଦ୍ୟାଳୟ ପକ୍ଷରୁ ଦିବଗଂତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅମୁଲ୍ୟ କୁମାର ନାୟକ, କ୍ଷୀରୋଦ କୁମାର ସାହୁ, ପଦ୍ମଲୋଚନ ପତ୍ରୀ,ଅଶୋକ ପଣ୍ଡା, ସତ୍ୟଜିତ ରାଉତରାୟ,ସତ୍ୟରଞ୍ଜନ ଦାସ, ଅଶ୍ୱିନୀ ପାତ୍ର, ଚନ୍ଦନ କୁମାର ସାହୁ, ଦୁର୍ଯେ୍ୟାଧନ ମହାରଣା, ରଞ୍ଜିତ ପରିଡା, ଦିଲ୍ଲିପ ମଲ୍ଲିକ, ଭରତ ନିମାଇଁ, ମାନସ ଚନ୍ଦ୍ର ମହାରଣା, ଦୀପେନ୍ଦ୍ର ବେହେରା, ଦୀପକ ଜେନା, ବିଶ୍ୱରଞ୍ଜନ ଜେନା, ଦେବାଶିଷ ମିଶ୍ର, ଲଳିତେନ୍ଦୁ ପଣ୍ଡା, ବିଜୟ ପରିଡା, ଶତ୍ରୁଘନ ସେନାପତି, ଜୟପ୍ରକାଶ ଦାସ, ରାଜେନ୍ଦ୍ର ମଲ୍ଲିକ, ତ୍ରିଲୋଚନ ସାହୁ, ରାଜେଶ ମହାନ୍ତି, ଅଶୋକ ପଲେଇ,ଦିଲ୍ଲିପ ପରିଡା, ଭରତ ବେହେରା, ଭୁବନମୋହନ ସିଂହ, କୁଞ୍ଜ ବିହାରୀ ସେଠୀ, ଅନ୍ନଦା ମହାନ୍ତି, ସୈାମ୍ୟ ମହାନ୍ତି, ରାଜେଶ ସାହୁ, ନାରାୟଣ ପଣ୍ଡା, ବଳରାମ ପରିଡା, ବଳରାମ ସ୍ୱାଇଁ ପ୍ରମୁଖ ସହପାଠୀମାନେ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ସହପାଠି ଶୁଭ୍ରାଂଶୁ ଜେନା ସଭା ସଂଯୋଜନା କରିଥିବା ବେଳେ ଉମେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.