Saturday , March 25 2023
Breaking News
Home / ବିଶେଷ / ମୋହରୀରଙ୍କ ବିୟୋଗରେ ଶୋକସଭା

ମୋହରୀରଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବରିଷ୍ଠ ଆଡଭୋକେଟ ମହେଶ୍ୱର କରଙ୍କ ମୋହରୀର ତଥା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଗ୍ରାମର ମଙ୍ଗୁଳି ଚରଣ ସ୍ୱାଇଁଙ୍କର ୫୧ବର୍ଷ ବୟସରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ସିଭିଲ କ୍ରିମିନାଲ ମୋହରୀର ସଂଘ ଆନୁକୂଲ୍ୟରେ ସଂଘର ସଭାପତି ବନମାଳି ଷଡଙ୍ଗୀଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଅଦାଲତ  ପରିସରରେ ସ୍ୱର୍ଗତ ସ୍ୱାଇଁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।  ଏହି ଶୋକସଭାରେ  ସମସ୍ତ ମୋହରିର ଏକାଠି ହୋଇ ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ଉପଦେଷ୍ଟା କମିଟି ମୁଖ୍ୟ ବିଦ୍ୟାଧର ଦାସ, ଉପସଭାପତି କୈଳାସ ଚନ୍ଦ୍ର ଜେନା, ସମ୍ପାଦକ ପ୍ରତାପ କୁମାର ରାଉତଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତା ଓ ମୋହରିରମାନେ ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.