କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରରର ଜନୈକ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନ ଥାନା ଅନ୍ତର୍ଗତ ଦିଲାରପୁର ଗ୍ରାମର ହୁସେନ ଖାନଙ୍କ ପୁଅ ଅମଜଦ ଖାନ କେନ୍ଦ୍ରାପଡା ପୌରସଂସ୍ଥା କାର୍ଯ୍ୟାଳୟ ପରିସରରେ ଛିଡା ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୪୫ମିନିଟ ସମୟରେ ୪ଟି ବାଇକରେ ୮/୧୦ଜଣ ଯୁବକ ସେଠାରେ ଆସି ପହଂଚିଥିଲେ । ଅମଜଦଙ୍କୁ ଭୂଜାଲୀ,ବନ୍ଧୁକ ପ୍ରଭୃତି ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟତ ହେବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ଅଟକାଇବାରୁ ଅଜମଦଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ ବୋଲି ଅମଜଦ ଥାନାରେ ଅଭିଯୋଗ କରିଛନ୍ତି । ଏସମସ୍ତ ଘଟଣା ସ୍ଥାନୀୟ ସି.ସି. ଟିଭିରେ ରେକର୍ଡ ହୋଇଥିବା ସେ କହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ପ୍ରଦାନ ସହ ଏଭଳି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର