Saturday , June 3 2023
Breaking News
Home / ବିଶେଷ / ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ମୃତ ସଦସ୍ୟଙ୍କ ପରିବାରକୁ ସହାୟତା

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ମୃତ ସଦସ୍ୟଙ୍କ ପରିବାରକୁ ସହାୟତା

କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ସୁନିତୀ ଗ୍ରାମର ହରେନ ପ୍ରଧାନଙ୍କର  ୪୦ବର୍ଷ ବୟସରେ ବିୟୋଗ ହୋଇଯାଇଛି । ଗତାୟୁ ସ୍ୱର୍ଗତ ପ୍ରଧାନ ଭାରତୀୟ ମାନବଧିକାର ପରିଷଦର ମହାକାଳପଡା ସମ୍ପାଦକ ଥିଲେ । ତାଙ୍କ ବିୟୋଗରେ ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସ୍ୱର୍ଗତ ପ୍ରଧାନଙ୍କ ପନôୀ ନମିତା ମାଇତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପରିଷଦର ଜାତୀୟ ସମ୍ପାଦକ ଚିରଞ୍ଜନ ତରେଇ, ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ସଂଯୋଜକ ପ୍ରଦୀପ ବରାଳ,ମହାକାଳପଡା ବ୍ଲକ ସଭାପତି ଦିଲ୍ଲିପ ବେହୁରା, ସୁନିତା ମାନ୍ନା, କ୍ରୀଷ୍ଣା ମଣ୍ଡଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.