Thursday , March 23 2023
Home / ବିଶେଷ / ବଘେଇପୁଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଘେଇପୁଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ନିରାକାରପୁର, ୦୩/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ସରପାରୀ ପଂଚାୟତ ବଘେଇପୁଟ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଏବଂ ଯୁବନେତା ସୁକାନ୍ତ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସମୁଦାୟ ୨୧ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରକ୍ତଭଣ୍ଡାର ସହଯୋଗ କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଖୋର୍ଦ୍ଧା ରକ୍ତ ଭଣ୍ଡାର ଆନୁକୂଲ୍ୟରେ ସମସ୍ତ ଶିବିରାର୍ଥୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କୋଭିଡି ମହାମରୀ ସମୟରେ ରକ୍ତର ଆବଶ୍ୟକତା ଅତ୍ୟଧିକ ମାତ୍ରାରେ ଚାହିଦା ଥିବାରୁ ଏହିଭଳି ରକ୍ତଦାନ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା । ଶ୍ରୀଯୁକ୍ତ ମଙ୍ଗରାଜ ବାରମ୍ବାର ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଗ୍ରାମାଂଚଳରେ ଗରିବ ଅସହାୟ ଲୋକମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ କରିଆସୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଅକ୍ଷୟ ଉଦୟସିଂହ, ମାଧବ ଭଟ୍ଟ ସକ୍ରିୟ ଭାବେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.