ପାରାଦ୍ୱୀପ ୦୩/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ପ୍ରମୁଖ ସଂଗଠନ ପୂର୍ବଭାରତ ତୈଳ ବିଶାଧନାଗାର ଶ୍ରମିକ ସଂଘ ଆନୁକୁଲ୍ୟରେ ବିଶ୍ୱ ଶ୍ରମିକ ଦିବସ କରୋନା କଟକଣା ମଧ୍ୟରେ ନିରାଡମ୍ବରେ ଜୀରୋ ପଏନ୍ଟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଲାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱ ଶ୍ରମିକ ଦିବସ ପାଳନର ଆବଶ୍ୟକତା ଏବଂ ଶ୍ରମିକ ମାନଙ୍କ ଅଧିକାର, କର୍ତବ୍ୟ ଓ ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଶ୍ରମିକ ସଂଘର ଭୂମିକା ସମ୍ବନ୍ଧରେ ମୂଲ୍ୟବାନ ମନ୍ତବ୍ୟ ଦେଇ ଏବେ ମାରାତ୍ମକ ମହାମାରୀ କରୋନା କବଳିତ ଶ୍ରମିକ ସମାଜ ବୋଲି ଦୁଃଖ ପ୍ରକାଶ କରିଥିଲେ ଏବଂ ଜୀବନ ଜୀବିକାର ଏହି ସଂଘର୍ଷ ସମୟରେ କୋଭିଡ୍ ନୀୟମ ଅନୁଯାୟୀ ସାମାଜିକ ଦୁରତା, ମାସ୍କ ପରିଧାନ ଓ ହାତ ଧୋଇବାକୁ ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ସଂଘ ଉପ ସଭାପତି ଶ୍ରୀ ଦିଲୀପ କୁମାର ବେହେରା, ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘର ସଭାପତି ଶ୍ରୀ ଚିନ୍ମୟ ଦାସ, ସମ୍ପାଦକ ମିହିର କାନ୍ତ ସାହୁ, ତୈଳ ବିଶାଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଅଭିରାମ ସାମଲ, ସମ୍ପାଦକ ନିରଞ୍ଜନ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର