ନିରାକାରପୁର, ୦୩/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଓ ସହଯୋଗ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହା ସରକାରଙ୍କ କରୋନା ନିୟମ ଅନୁସାରେ ସାମାଜିକ ଦୂରତା ଓ ମାକ୍ସ ପରିଧାନ କରି ସୀମିତ ଲୋକଙ୍କୁ ନେଇ ଆୟୋଜନ କରାଯାଇଥିଲା । ସଭାରେ ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ହିମାଂଶୁ ଭୁଷଣ ଚମ୍ପତିରାୟ ଓ ଉମେଶ ପଟ୍ଟନାୟକ ମଂଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇ ଏହି କରୋନା ସଂକ୍ରମଣ ବିପତି ସମୟରେ ସମସ୍ତେ ନିଜକୁ ସୁରକ୍ଷିତ ରଖି ନିଜେ କାର୍ଯ୍ୟ କରିଲେ ନିଜ ପରିବାର ସୁରକ୍ଷିତ ରହିବା ସହିତ ରାଜ୍ୟ ଓ ଦେଶ ସୁରକ୍ଷିତ ରହିପାରିବ ଏବଂ ଆମେ କରୋନାକୁ ପରାସ୍ତ କରିଦେଇପାରିବା କରୋନା ଆମର କିଛି କ୍ଷତି କରିପାରିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ସହଯୋଗ ଅନୁଷ୍ଠାନ ତରଫରୁ ଏହି ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କୁ ମାସ୍କ ବଂଟନ କରାଯିବା ସହ ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗର ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ ପରିଚାଳନା କରିଥିବା ସହ ସଭ୍ୟ ଉମେଶ ଚନ୍ଦ୍ର ମିଶ୍ର,ମାନସ ଚନ୍ଦ୍ର ପଟ୍ଟନାୟକ, ସାଇଶ୍ରୀ ଅନୁରାଗ, ଦେବାଶିଷ ବିଶ୍ୱଭୂଷଣ ପାହାଡ଼ାସିଂହ ସହଯୋଗ କରିଥିଲେ । ଓଡ଼ିଶା ସମାଚାର