କେନ୍ଦ୍ରାପଡ଼ା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)-କୋଭିଡ – ୧୯ର ଦ୍ୱିତୀୟ ଲହରର ଦ୍ୱିତୀୟ ସପ୍ତାହନ୍ତ ବନ୍ଦରେ ଶନିବାର ଓ ରବିିବାର ୨ଦିନ ଧରି କେନ୍ଦ୍ରାପଡା ସହର ଜନଶୁନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ପ୍ରଶାସନର ନିର୍ଦେଶନାମା ଜାରି ପରେ ଜନସାଧାରଣ ସଚେତନ ହୋଇପଡିଥିବା ଯୋଗୁଁ ନିହାତି ଜରୁରୀ ଆବଶ୍ୟକତା ନଥିଲେ ଘରୁ ପଦାକୁ ବାହାରିବାକୁ ଉଚିତ ମଣୁନଥିବା ଦେଖାଯାଇଛି । କେନ୍ଦ୍ରାପଡା ପୈାରାଳ ଅନ୍ତର୍ଗତ ଇଛାପୁର, କେଶପୁର ବଜାର, ସାନ୍ତସାହି, ମଢିଆଳ, ପୁରୁଣାବସଷ୍ଟାଣ୍ଡ, ବଡହାଟ, କାକଟ, ଗଣାମାହାଲ, ନୂଆବସଷ୍ଟାଣ୍ଡ, ବଣିଆମାଳ, ମହିପାଳ, କଜଳା, ତିନିମୁହାଣିଛକ ପ୍ରଭୃତି ସ୍ଥାନରେ ରାସ୍ତା ଗୁଡିକ ଶୁନଶାନ ଥିବା ଦେଖିବାକୁ ମିଳିଛି । ଏସବୁ ସ୍ଥାନ ଗୁଡିକରେ ପୋଲିସ ପଇଁତରା ମାରୁଥିବାରୁ ଲୋକମାନେ ରାସ୍ତା ଉପରକୁ ଆସିନଥିବା ଦେଖାଯାଇଥିଲା । ଏଥିସହିତ ସହର ଉପକଣ୍ଠ ବିଭିନ୍ନ ଗ୍ରାମ ଗୁଡିକରେ ମଧ୍ୟ ଲୋକମାନେ ରାସ୍ତା ଉପରକୁ ଆସୁନଥିବା ଦେଖାଯାଇଛି । କୋଭିଡ ସଂକ୍ରମଣର ଭୟାବହତା ସମ୍ପର୍କରେ ସାଧାରଣ ଲୋକଙ୍କୁ ପୋଲିସ ସଚେତନ କରାଇବା ପରେ ସେମାନେ ପ୍ରାୟ ସଚେତନ ହୋଇଥିଲା ପରି ଜଣାପଡୁଥିଲା । ଫଳରେ ଲୋକମାନେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଥିଲା । ଲୋକମାନେ ଏଭଳି ଭାବରେ ନିଜେ ସଚେତନ ହୋଇ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ହାତ ସାନିଟାଇଜ କରିବା ଓ ମାସ୍କ ପରିଧାନ ଦ୍ୱାରା ସହଜରେ କରୋନା ଭଳି ମହାମାରୀର ସଂକ୍ରମଣକୁ ସହଜରେ ହ୍ରାସ କରାଯାଇପାରନ୍ତା । ଟାଉନ ଥାନାର ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୈାମ୍ୟରଞ୍ଜନ ଜାଲି ଓ ଏ.ଏସ.ଆଇ. ଶରତ ଚନ୍ଦ୍ର୍ର ବାରିକ ପ୍ରମୁଖ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ଅମାନିଆଙ୍କୁ କରୋନା ସଂକ୍ରଣ ସମ୍ପର୍କରେ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର