ଭୁବନେଶ୍ୱର,୦୩/୦୫/୨୦୨୧(ଓଡ଼ିଶା ସମାଚାର)- ଉବର୍ ପକ୍ଷରୁ ଆସନ୍ତା ୬ ମାସ ମଧ୍ୟରେ ଏହାର ପ୍ଲାଟଫର୍ମରେ ୧୫୦,୦୦୦ ଡ୍ରାଇଭର୍ ଙ୍କ ଟୀକାକରଣ କରିବା ପାଇଁ ୧୮.୫ କୋଟିଟଙ୍କା (୨.୫ ମିଲିୟନ ଡଲାର)ର ଏକ ଅଭିଯାନ ଘୋଷଣା କରାଯାଇଛି, ଏହା ମାଧ୍ୟମରେ କମ୍ପାନୀ କୋଭିଡ୍-୧୯ ମହାମାରୀର ୨ୟ ଲହର ବିରୁଦ୍ଧରେ ଭାରତର ଲଢେଇରେ ସହଯୋଗ କରିବା ପାଇଁ ନିଜର ପ୍ରୟାସକୁ ବୃଦ୍ଧିକରିଛି । କମ୍ପାନୀ ଏହାର ପ୍ଲାଟଫର୍ମରେ ଥିବା କାର୍, ଅଟୋ ଓ ମୋଟୋ ଡ୍ରାଇଭର୍ ମାନଙ୍କୁ ନିଜର ଟୀକା ନେବାରେ ବିତାଇଥିବା ସମୟ ପାଇଁ କ୍ଷତିପୂରଣ ପ୍ରଦାନ କରିବ । ବୈ÷ଧ ଡିଜିଟାଲ ଟୀକାକରଣ ସାର୍ଟିଫିକେଟ୍ ଦେଖାଉ ଥିବାଡ୍ରାଇଭର୍ ମାନେ ନିଜର ଦୁଇଟି ଟିକାଡୋଜ୍ ପାଇଁ ୪୦୦ ଟଙ୍କା ଲେଖାଏଁ ପାଇପାରିବେ ।ଏପ୍ରିଲ ୩୦ ତାରିଖ ପୂର୍ବର ୁସେମାନେ ଟୀକା ନେଇଛନ୍ତ ବୋଲି ସାର୍ଟିଫିକେଟ୍ ଦେଖାଇବାକୁ ସକ୍ଷମ ହୋଇଥିବା ସମସ୍ତ ଡ୍ରାଇଭର୍ ମାନେ ଏହି ଫଣ୍ଡ୍ ଦାବିକରିବାକୁ ସକ୍ଷମହେବେ ।
ଏହି ଅଭିଯାନ ସମ୍ପର୍କରେ ମତ ରଖି ଉବର ଇଣ୍ଡିଆ ସାଉଥ୍ ଏସିଆର ସପ୍ଲାଇ ଆଣ୍ଡ୍ ଡ୍ରାଇଭର୍ ଅପରେଶନ୍ସ ବିଭାଗର ମୁଖ୍ୟ ପବନ ବୈଶ୍ କହିଛନ୍ତି, ଭାରତର କୋଭିଡ୍ ସଙ୍କଟର ମୁକାବିଲା କରିବା ପାଇଁ ସମସ୍ତଙ୍କର ଟୀକାକରଣ କରିବା ଜରୁରୀ ଏବଂ ଡ୍ରାଇଭର, ଚାଳକ ଓ ବ୍ୟାପକ ସମୁଦାୟଗୁଡିକର ଯେତେଶୀଘ୍ର ସମ୍ଭବ ସୁରକ୍ଷିତ ହୋଇପାରିବା ସୁନିଶ୍ଚିତ କରିବା ଲାଗି ଏହା ହେଉଛି ସର୍ବୋତମ ଉପାୟ । ଗତ ଏକ ବର୍ଷ ମଧ୍ୟରେ ଉବର ଡ୍ରାଇଭର୍ ମାନେ ଭାରତକୁ ଗତିଶୀଳ ଓ ସଂଯୋଜିତ ରଖିବାରେ ସେମାନେ ଗୁରୁତ୍ୱପୂଣ୍ଣ ର୍ବୋଲି ବାରମ୍ବାର ପ୍ରମାଣିତ କରିଆସିଛନ୍ତି, ତେଣୁ ଆମେ ସେମାନଙ୍କୁ ଟୀକାକରଣ ଅଭିଯାନ ପାଇଁ ସର୍ବୋତମ ସମ୍ଭବ ପହଂଚହାସଲ କରିବାରେ ସହଯୋଗ କରିବାକୁ ଚାହୁଁଛୁ । ଆମେ ଖୁବ୍ ଶୀଘ୍ର ଆମର ସମସ୍ତ ପ୍ରଡକ୍ଟଲାଇନ୍ ରେ ଡ୍ରାଇଭରମାନଙ୍କୁ ଏହି ଅଭିଯାନ ସହଯୋଡିବା ଆରମ୍ଭ କରିବୁ ଏବଂ ସେମାନଙ୍କୁ ଏହି ଅଫର୍ ର ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରିବୁ ।
ଟୀକାକରଣ ଅଭିଯାନ ହେଉଛି ଉବର୍ ର ଭାରତରେ କୋଭିଡ୍-୧୯ ପ୍ରତିକ୍ରିୟାରେ ସର୍ବଶେଷ ଯୋଗ ।
ଚଳିତ ବର୍ଷ ମାର୍ଚ୍ଚମାସରେ ଉବର୍ ଲୋକମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଯିବା ଓ ଆସିବାରେ ସାହାଯ୍ୟ କରିବା ପାଇଁ ୧୦ କୋଟି ଟଙ୍କା ମୂଲ୍ୟର ମାଗଣା ରାଇଡ୍ ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା । କେବଳ ଚଳିତ ବର୍ଷ ଉବର୍ ପକ୍ଷରୁ ଡ୍ରାଇଭର୍ ଓ ସେମାନଙ୍କ ପରିବାର ପାଇଁ ଡକସ ଆପ୍ ମାଧ୍ୟମରେ ୯୦୦୦ ମାଗଣା ଅନଲାଇନ୍ ମେଡିକାଲ କନସଲଟେଶନ ସୁବିଧା ପ୍ରଦାନ କରାଯାଇଛି ।
ମହାମାରୀର ଆରମ୍ଭ ଦିନ ଗୁଡିକରୁ ଉବର୍ ପକ୍ଷରୁ କୋଭିଡ୍-୧୯ ରେ ସଂକ୍ରମିତ ହୋଇଥିବା କିମ୍ବା କୌଣସି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ନିଜକୁ ଆଇସୋଲେଟ୍ ବା ପୃଥକ୍ ରଖିବା ପାଇଁ କୁହାଯାଇଥିବା ଡ୍ରାଇଭର୍ ମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଏପ୍ରିଲ ରୁ ଜୁନ୍ ୨୦୨୦ ମଧ୍ୟରେ ଉବର୍ କାର ୍ଡ୍ରାଇଭର୍ ଫଣ୍ଡ୍ ପ୍ରାୟ ୧୦୦,୦୦୦ ଡ୍ରାଇଭର୍ଙ୍କୁ ଅନୁଦାନ ପ୍ରଦାନ କରିଥିଲା । ଓଡ଼ିଶା ସମାଚାର