କେନ୍ଦ୍ରାପଡ଼ା,୦୩/୦୫/୨୦୨୧(ଓଡ଼ିଶା ସମାଚାର)-ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅମ୍ଳଜାନର ଘୋର ଅଭାବ ପରିଲଖିତ ହୋଇଛି । ଏଭଳି ଏକ ଘଡିସନ୍ଧି ମୂହୁର୍ତରେ ଅମ୍ଳଜାନ ସୃଷ୍ଟି ନିମନ୍ତେ ବୃକ୍ଷ ରୋପଣ ଏକମାତ୍ର ବିକଳ୍ପ ହୋଇଥିବାରୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କରି ଅମ୍ଳଜାନକୁ ସଂରକ୍ଷଣ କରିବାକୁ ଜନସାଧାରଣଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ସଦସ୍ୟମାନେ ଅନ୍ଟା ଭିଡିଛନ୍ତି । ଟ୍ରଷ୍ଟର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ପୂର୍ବରୁ ଗଙ୍ଗାରାମପୁର ଓ ସାନଜରିଆ ଗ୍ରାମରେ କରାଯାଇଥିବା ବିଭିନ୍ନ ପ୍ରଜାତିର ଦୁଇହଜାରରୁ ଅଧିକବୃକ୍ଷ ରୋପଣ ଫଳରେ କେତେକ ବୃକ୍ଷ ଫଳ ପ୍ରଦାନ କରିଥିବା କହିଛନ୍ତି ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି । ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥଙ୍କ ସହଯୋଗରେ ଟ୍ରଷ୍ଟର ସଦସ୍ୟମାନେ ବୃକ୍ଷରୋପଣ ଭଳି ମହତ କାର୍ଯ୍ୟ କରିପାରିଛନ୍ତି । ଗଙ୍ଗାରାମପୁର ଓ ସାନଜରିଆ ଗ୍ରାମର ଅଧିବାସୀମାନଙ୍କୁ ଘର ଘର ବୁଲି ଟ୍ରଷ୍ଟର ଟ୍ରଷ୍ଟର ସଭାପତି ଶ୍ରୀ ମହାନ୍ତି ଓ ବନଖଣ୍ଡ ଅଧିକାରୀ ଶ୍ରୀ ରଥ ଅମ୍ଳଜାନ ସଂରକ୍ଷଣ ପାଇଁ ବୃକ୍ଷରୋପଣର ଆବଶ୍ୟକତା, ବୃକ୍ଷର ଯତ୍ନ ନେବା ପ୍ରଭୃତି ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ଓ ସାନିଟାଇଜର ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ କେଦାର ସ୍ୱାଇଁ, ସୂର୍ଯ୍ୟକାନ୍ତ ପରିଡା, ଶଶିକାନ୍ତ ବେହେରା, ରାଜେଶ ସ୍ୱାଇଁ, ସଞ୍ଜୀବ, ନିର୍ମଳ ଓ ସହଯୋଗିମାନେ ଯୋଗଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଓଡ଼ିଶା ସମାଚାର