ଭୁବନେଶ୍ୱର,୦୨/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ସାମ୍ବାଦିକ ଏବେ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପତି ପାଇଁ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଆନ୍ତରିକତା ଧନ୍ୟବାଦ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି । ତେବେ ଯେଉଁ ସାମ୍ବାଦିକମାନଙ୍କ ନାମ ତାଲିକାରେ ନାହିଁ ସେମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ନିବେଦନ କରାଯାଇଛି । ସେହିପରି ସମ୍ମୁଖ ଯୋଦ୍ଧା ମାନଙ୍କ ପାଇଁ ଯେପରି ମୃତୁ୍ୟରେ ୫୦ଲକ୍ଷ ଟଙ୍କା ଘୋଷଣା ରହିଛି ସେହିପରି ସାମ୍ବାଦିକଙ୍କ କ୍ଷେତ୍ରରେ ୧୫ଲକ୍ଷକୁ ୫୦ଲକ୍ଷ ଘୋଷଣା କରିବା ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ନିବେଦନ କରାଯାଇଛି । ଏଥି ସହ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ଭାବେ ଶିଘ୍ର ଟିକା ବ୍ୟବସ୍ଥା କରିବାକୁ ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁ ନିବେଦନ କରିଛନ୍ତି । ଆସନ୍ତା କାଲି ମଇଁ ୩ତାରିଖ ହେଉଛି ବିଶ୍ୱ ପ୍ରେସ ସ୍ୱାଧିନତା ଦିବସ । ଏହି ଅବସରରେ ମଂଚ ପକ୍ଷରୁ ସାମ୍ବାଦକମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ନିବେଦନ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ଓଡ଼ିଶାରେ ବହୁ ସାମ୍ବାଦିକ ପ୍ରାଣ ହରାଇଲେଣି । ବହୁ ସାମ୍ବାଦିକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏଥି ପାଇଁ ସତର୍କ ରହି କାର୍ଯ୍ୟ କରିବାକୁ ନିବେଦିନ କରାଯାଇଛି । ସ୍ୱର୍ଗପ୍ରାପ୍ତି ହୋଇଥିବା ସାମ୍ବାଦିକଙ୍କୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ପୁଣି ଦାବି ଦୋହରାଇଛି । ଓଡ଼ିଶା ସମାଚାର