ଭୁବନେଶ୍ୱର,୦୨/୦୫/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାମ୍ବାଦିକଙ୍କୁ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହା ଦ୍ୱାରା ୬୯୪୪ ଜଣ ସାମ୍ବାଦିକ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇବେ ବୋଲି ସୂଚନା ଦିଆଯାଇଛି।
ସାମ୍ବାଦିକମାନଙ୍କୁ କରୋନା ଆଗଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସୁଚାର ରୂପେ ସମ୍ପାଦନ କରୁଛନ୍ତି। ଲୋକଙ୍କୁ ସଚେତନ କରୁଛନ୍ତି । କରୋନା ବିରୁଦ୍ଧରେ ଯୁଦ୍ଧରେ ସେମାନେ କୋଭିଡ୍ ବିରୁଦ୍ଧରେ ଲଢୁଛନ୍ତି । ବଡ଼ ସହଯୋଗ କରୁଛନ୍ତି ।
ଏହାଦ୍ୱାରା ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ସେମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ସୁବିଧା ମିଳିବ । ଏହାସହ ଯଦି କୋଭିଡ୍ ଯୁଦ୍ଧରେ କେହି ପ୍ରାଣ ହରାଇଲେ ତେବେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନ କରାଯିବ ।
ବିଜୁ ଜନତା ଦଳର ମିଡ଼ିଆ ଆଡ଼ଭାଇଜର ମାନସ ମଙ୍ଗରାଜ କରିଛନ୍ତି , ଏହା ସାମ୍ବାଦିକଙ୍କ ମନୋବଳ ବୃଦ୍ଧି କରିବ । ଓଡ଼ିଶା ସମାଚାର