Friday , October 29 2021
Home / ତାଜା ଖବର / ସଟ ଡାଉନ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ,: ତଦନ୍ତ ଅବ୍ୟାହତ 

ସଟ ଡାଉନ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ,: ତଦନ୍ତ ଅବ୍ୟାହତ 

କନ୍ଧମାଳ,୦୨/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ । ଘଟଣା ରୁ ପ୍ରକାଶ ଯେ.କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପିଅନପଡା ର ଗୁଡିପିଟା ସାହି ରେ ଗତକାଲି ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟାଙ୍କ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ । ତାଲା ନ ଭାଙ୍ଗିବାରୁ ଷ୍ଟେଟ ବ୍ୟାଙ୍କର କ୍ୟାସ୍ ଗାଡି କୁ ନିଆଁ ଲଗେଇ ଦେଇ ପୋଡ଼ିବା ସହିତ ନିକଟରେ ଥିବା ଏକ ସ୍ବିଫ୍ଟ ଡିଜ଼ଏରୋ ଗାଡି କୁ ମଧ୍ୟ ପୋଡି ଦେଇଥିଲେ ଦୁର୍ବୁତ୍ତ ମାନେ । ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ଜୋର ଶବ୍ଦ ଶୁଣି ନିକଟରେ ରହୁଥିବା ସ୍ଥାନୀୟ ଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛି । ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡିଛନ୍ତି ଓ କାହିଁକି ପୋଡିଛନ୍ତି ଏବଂ ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି । ଓଡିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *