Monday , March 27 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜରା ଜୀଣ୍ଣ  ଅବସ୍ଥା ରେ ବନ୍ଧୁପୁର  ରଘୁନାଥ ଜୀଉ  ମଠ : ପୁନରୁଦ୍ଧାର ପାଇଁ ଦାବି

ଜରା ଜୀଣ୍ଣ  ଅବସ୍ଥା ରେ ବନ୍ଧୁପୁର  ରଘୁନାଥ ଜୀଉ  ମଠ : ପୁନରୁଦ୍ଧାର ପାଇଁ ଦାବି

ନିଶ୍ଚିନ୍ତକୋଇଲି ,୦୨/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ପ୍ରାଚୀନ ଉତ୍କଳର  ସାମାଜିକ ରୀତିନୀତି, ଚାଲିଚଳନ , ଧର୍ମୀୟ  ଭାବ ଧରା ଉପରେ ଦଣ୍ଡାୟ ମାନ  ହୋଇଛି ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର  ପଞ୍ଚାୟତ  ରେ ଥିବା  ଶ୍ରୀ  ରଘୁନାଥ ଜୀଉ  ଙ୍କ ମଠ  । ଏହି ମଠ ଏବେ ଜରାଜୀଣ୍ଣ ଅବସ୍ଥାରେ  ପଡ଼ିରହିଛି  । ଲୋକ କଥା  ଅନୁଯାୟୀ  ନାଗା ସନ୍ୟାସୀ ମାନେ ରଘୁନନ୍ଦନ  ମହନ୍ତ ଙ୍କ ଦ୍ଵାରା  ଶ୍ରୀ  ରଘୁନାଥ ଜୀଉ  ଙ୍କ ମଠକୁ  ଏହି ସ୍ଥାନରେ ପ୍ରତିଷ୍ଠା କରିଥିଲେ   । ଏହି  ମଠ ର ସମ୍ପତି ଏଯାଏ  ୨୨ବାଟି ୨୨ମାଣେ ୨୨ଗୁଣ୍ଠ ୨୨ବିଶ୍ୱା  ଥିଲା  । ଏବେ ଦେବୋତରବିଭାଗ  ର ଦାଇତ୍ୱ ହୀନତା  ଯୋଗୁ ଠାକୁର ଙ୍କ ନୀତିକାନ୍ତି  ଠିକ ଭାବେ ହେଇପାରୁନଥିବା ସହ ସମସ୍ତ ସମ୍ପତ୍ତିର  କୌଣସି  ସଠିକ  ହିସାବ ମିଳିପାରୁନାହିଁ  ।

କେତେକ  ହୀନ  ଚକ୍ରାନ୍ତ ଵ୍ୟକ୍ତି ଏହି  ସମ୍ପତି କୁ  ନିଜ ନିଜ  ନାମରେ  କରିନେଇ ଥିବାର  ସ୍ଥାନୀୟ ଲୋକେ  ଅଭିଯୋଗ କରୁଛନ୍ତି   । ତେବେ କେତେକ  ଭାଗ ଦାରୀ  ସୂତ୍ରରେ ନେଇଥିବା ଚାଷଜମିର  ଭାଗ  ମଧ୍ୟ  ସଠିକ ଭାବେ ମଠକୁ  ଦେଉନାହାନ୍ତି ।  ଫଳରେ  ମଠ ର  ଆୟ କମ ହେବାରୁ  ଠାକୁର ଙ୍କ ନୀତି  ଠିକ ଭାବେ ହେଇପାରୁନଥିବା କଥା  ଗ୍ରାମ ବାସୀ  ଅଭିଯୋଗ  କରିଛନ୍ତି  ।

ବିଶେଷ କରି ୧୯୯୯  ମସିହା  ର ମହା ବାତ୍ୟା  ପରେ ପରେ  ଏହି ମଠର  ଚିତ୍ର ସମ୍ପୂର୍ଣ   ବଦଳି ଯାଇଥିବା ଦେଖିବାକୁ ମିଳିଛି  । ବିରାଟ ବିରାଟ ପାଚେରୀ ,  କୋଠା ଘର  ଭାଙ୍ଗି  ମାଟି ରେ ମିଶିଛି । ଏହି ମଠ ର ପରିଚାଳନା ନିମନ୍ତେ କମିଟି ଗଠନ ହୋଇନଥିବା ବେଳେ, ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ୟ୍ୟକଳାପ କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ପ୍ରଶାସନ ଏଥିପ୍ରତି ଗୁରୁତ୍ୱଦେଇ ଏହି ପ୍ରାଚୀନ କୀର୍ତ୍ତିବର୍ଣିତ ପୁରାତନ ମଠ ଓ ମିନ୍ଦର ର ପୁନରୁଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବିକରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.