ଭୁବନେଶ୍ୱର,୦୨/୦୫/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ରାଜ୍ୟରେ କରୋନା ଦ୍ୱିତୀୟ ପର୍ଯ୍ୟାୟରେ କାୟା ବିସ୍ତାର କରିଚାଲିଛି । ରାଜ୍ୟରେ ଦୈନିକ କରୋନା ସଂଙ୍କ୍ରମିତ ଙ୍କ ସଂଖ୍ୟା ଯାଇ ୧୦ ହଜାର ଉପରେ ପହଂଚିଲାଣି । ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ, ଭିଡ଼ ନକରିବା ପାଇଁ, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାର ଯେତେ ପରାମର୍ଶ ଦେଲେ , କୋଟି କୋଟି ଟଙ୍କା ଜୋରିମାନା ଆଦାୟ କଲେ ମଧ୍ୟ ଏହା ସଫଳ ହୋଇ ପାରିଲାନାହିଁ । ଫଳରେ ରାଜ୍ୟ ସରକାରଙ୍କୁ କରୋନାର ଚେନ୍ ଭାଙ୍ଗିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବାକୁ ପଡ଼ିଲା । ସାରା ରାଜ୍ୟରେ ଲକଡାଉନ୍ ଲଗାଇବାକୁ ସରକାର ବାଧ୍ୟ ହେବାକୁ ପଡ଼ିଲା । ଆସନ୍ତା ମେଁ ୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି ।
ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ :
ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ । ରାସ୍ତା କଡ ଗ୍ୟାରେଜ୍ ମଧ୍ୟ ଖୋଲା ରହିବ । ସକାଳ ୮ ଟା ମଧ୍ୟରେ ଖବର କାଗଜ ବିତରଣ ହେବ ।
ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ ।
ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଉଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।
ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ବୁଧବାରରୁ ଲକଡାଉନ୍ ଲାଗୁ ହେବ । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ ।
ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ୟ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।
ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।
ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ ।
ବୁଧବାରଠୁ ରାଜ୍ୟରେ ବସ୍ , ଅଟୋ ଆଦି ଚଳାଚଳ ବନ୍ଦ ରହିବ । ଦୈନିକ ହାଟ ଓ ସାପ୍ତାହିକ ହାଟ ବନ୍ଦ ରହିବ । ପୂର୍ବ ଭଳି ଅନୁମତି ନେଇ ୫୦ ଜଣ ମଧ୍ୟରେ ବାହାଘର ଓ ୨୦ ଜଣ ମଧ୍ୟରେ ଶୁଦ୍ଧ କ୍ରିୟା ହୋଇ ପାରିବ । ରାଜ୍ୟ ସରକାର ଲକଡାଉନ୍ ଗାଇଡଲାଇନରେ ଏନେଇ ସୂଚନା ଦେଇଛନ୍ତି । ଅର୍ଥାତ ସମସ୍ତ ବସ୍ ସେବାକୁ ବନ୍ଦ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଶୁଣିବା ପାଇଁ ତଳ ଲିଙ୍କ ରେ କ୍ଲିକ୍ କରି ସବିଶେଷ ଜାଣନ୍ତୁ । ଓଡ଼ିଶା ସମାଚାର
ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଜ୍ଞପ୍ତି:
https://drive.google.com/file/d/16-VGPW3JphS3Xh4DAiFoE4oPopZ3dVt_/view
ମୁଖ୍ୟ ଶାସନ ସଚିବଙ୍କ ଠାରୁ ଶୁଣିବା ପାଇଁ: