Wednesday , May 31 2023
Home / ବିଶେଷ / ସାଲେପୁର ରେ ଶନିବାର ଓ ରବିବାର ସପ୍ତାହାନ୍ତ ସର୍ଟ ଡାଉନ 

ସାଲେପୁର ରେ ଶନିବାର ଓ ରବିବାର ସପ୍ତାହାନ୍ତ ସର୍ଟ ଡାଉନ 

ସାଲେପୁର, ୦୧/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କୋରୋନା ସଂକ୍ରମଣକୁ ପ୍ରତିରୋଧ କରିବାକୁ ସାରା ରାଜ୍ୟରେ ଜାରି ରହିଛି ଶନିବାର  ସପ୍ତାହନ୍ତ ସଟଡାଉନ। କଟକ ଜିଲ୍ଲାର ସାଲେପୁର ରେ ମଧ୍ୟ ଅନୁରୂପରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି। ସଟଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ଯାତାୟାତ ଠପ୍ ହୋଇଛି। କିଛି ଅମାନିଆଙ୍କୁ ନିୟନ୍ତ୍ରଣ କରିବା ପାଇଁ ଛକ ଛକ ସ୍ଥାନରେ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। କରୋନାର ଦ୍ବିତୀୟ ଲହରୀର ପ୍ରଭାବ ଅତି ଭୟାବହ ହେଉଥିବା ବେଳେ, ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ କଟକଣା ଜାରି କରାଯାଇଛି। ମାସ୍କ  ପିନ୍ଧିବା ସହ ସାମାଜିକ ଦୂରତା  ଜରୁରୀ ହୋଇ ପଡିଛି। ତେବେ ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବେ କୋଭିଡ ନିୟମକୁ ମାନୁଥିବା ଦେଖିବାକୁ ମିଳିଛି । ସଟଡାଉନ ପାଇଁ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ  କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦୈନନ୍ଦିନ ବୃଦ୍ଧି ପାଇବାରେ ଲାଗିଛି  । ଏପରି ସ୍ଥଳେ ଲୋକଙ୍କୁ କଡା ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକବୋଲି ମତ ପ୍ରକାଶ ପାଇଛି. । ଓଡିଶା ସମାଚାର

Leave a Reply

Your email address will not be published.