Sunday , March 26 2023
Breaking News
Home / ବିଶେଷ / ରବିବାର ସକାଳ ୧୦ଟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ କୋଭିଡ଼ ପରିଚାଳନା ନେଇ କିଛି ବଡ଼ ଘୋଷଣା କରିପାରନ୍ତି

ରବିବାର ସକାଳ ୧୦ଟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ କୋଭିଡ଼ ପରିଚାଳନା ନେଇ କିଛି ବଡ଼ ଘୋଷଣା କରିପାରନ୍ତି

ଭୁବନେଶ୍ୱର,୦୧/୦୫/୨୦୨୧(ଓଡ଼ିଶା ସମାଚାର)- ଆସନ୍ତାକାଲି ରବିବାର ରାଜ୍ୟ ସରକାର କୋଭିଡ୍ ପରିଚାଳନା ନେଇ କିଛି ବଡ଼ ଘୋଷଣା କରିପାରନ୍ତି । ରବିବାର ସକାଳ ୧୦ଟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏହି ଘୋଷଣା କରିବେ। କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ସୂଚନା ମିଳିବା ପରେ ନାନା କଳ୍ପନା ଜଳ୍ପନା ପ୍ରକଶ ପାଇଛି।
ତେବେ ଏହି ସମୟରେ କେଉଁ ନିଷ୍ପତ୍ତି ନିଆଯିବ, ସେନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ଏ ସମ୍ପର୍କରେ ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି କେବଳ ସୂଚନା ଦିଆଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.