Tuesday , October 3 2023
Breaking News
Home / ବିଶେଷ / ମେଁ ୨ୟ ସପ୍ତାହରେ ୨ ଟି ଘୂର୍ଣ୍ଣି ବଳୟ

ମେଁ ୨ୟ ସପ୍ତାହରେ ୨ ଟି ଘୂର୍ଣ୍ଣି ବଳୟ

ଭୁବନେଶ୍ୱର,୦୧/୦୫/୨୦୨୧(ଓଡ଼ିଶା ସମାଚାର)- ମେଁ ୯ ତାରିଖ ଆଡକୁ ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏଥିସହ ମେଁ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରେ ଏହା ଘନୀଭୂତ ହୋଇ ମେଁ ୧୩ ରୁ ୧୪ ତାରିଖ ମଧ୍ୟରେ ବାତ୍ୟା ର ରୂପ ନେବା ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । କେବଳ ଓଡିଶା ଓ ପଶ୍ଚିମବଙ୍ଗ ନୁହେଁ ବିହାର ଓ ଝାଡଖଣ୍ଡକୁ ମଧ୍ୟ ଏହି ବାତ୍ୟା ଛୁଇଁପାରେ । ଆଗାମୀ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଘୂର୍ଣିବଳୟ କିଭଳି ରୂପ ନେବ ଓ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ସେନେଇ ଏବେଠୁ ଆକଳନ କରାଯାଇ ପାରିବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *