ପାରାଦୀପ ୦୧/୦୫/୨୦୨୧(ଓଡ଼ିଶା ସମାଚାର)- ଉତ୍କଳ ଗୌରବ ମଧୁସୁଦନ ଦାସ, ଜାତୀୟ କବି ବିରକିଶୋରଙ୍କ ଜୟନ୍ତୀ ଏବଂ ପଦ୍ମବିଭୂଷଣ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଗୁରୁବାର ପାରାଦୀପଗଡ଼ସ୍ଥିତ ଜ୍ଞାନଦୀପ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମାଂଚଳରେ ମଧୁବାବୁ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବାବେଳେ କବି ବୀରକିଶୋରଙ୍କ କବିତା ଉପରେ ଆଲୋଚନା ଓ ସାହିତି୍ୟକ ମନୋଜ ଦାସଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଆଲୋଚନାଚକ୍ରରେ ସ୍ତମ୍ବକାର ଅକ୍ଷୟ କୁମାର ରାଉତ, ଶିକ୍ଷାବିତ୍ ସୁବାସ ସେନାପତି ଓ ଆରତୀ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରେ ଅନୁଷ୍ଠିତ କବିତା ପାଠୋସôବରେ କବି ଗୋଲାପ ରାଣୀ ସାହୁ, ଯଶୋବନ୍ତୀ ନାୟକ, ଆରତୀ ଦାଶ ଓ ଅନ୍ୟମାନେ ସ୍ୱରଚିତ କବିତା ପାଠ କରିଥିଲେ । ସାହିତ୍ୟ ଅନୁଷ୍ଠାନ ସାରସ୍ୱତ ପରିକ୍ରମା, ଚୁନ ବେଲାରୀର ଜ୍ଞାନଦୀପ ପାଠାଗାରର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର