ପାରାଦୀପ ୦୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ଟ୍ରାଫିକ ମ୍ୟାନେଜର ଏସ.କେ.ମିଶ୍ର ୩୨ବର୍ଷ ସେବା କରି ବନ୍ଦର ସେବାରୁ ଅବସର ନେଇଛନ୍ତି । ସମ୍ବଲପୁରର କୁଚିଣ୍ଡା ଅଂଚଳର ଶ୍ରୀ ମିଶ୍ର ଜେଏନୟୁରୁ ପାସ୍ କରି ୧୯୮୯ରେ ପାରାଦୀପ ବନ୍ଦରରେ ପରିସଂଖ୍ୟାନ ଅଧିକାରୀ ଭାବରେ ଯୋଗ ଦେଇ ପରବର୍ତି ସମୟରେ ବନ୍ଦରର ଟ୍ରାଫିକ୍ ବିଭାଗରେ ଯୋଗ ଦେଇଥିଲେ । ୨୦୧୫ ମସିହାରେ ଟ୍ରାଫିକ୍ ମ୍ୟାନେଜର ଭାବେ ପଦୋନ୍ନତି ପାଇ ତାଙ୍କ ୩ବର୍ଷ କାର୍ଯ୍ୟକାଳ ମଧ୍ୟରେ ବନ୍ଦର ଟ୍ରାଫିକ୍ ପରିଚାଳନାରେ ସମସ୍ତ ରେକର୍ଡ ଭଙ୍ଗ କରିଥିଲା । ମହାମାରୀ କରୋନା ସମୟରେ ପଣ୍ୟ କାରବାରରେ ସର୍ବଭାରତୀୟ ବୃହତ ବନ୍ଦର ମଧ୍ୟରେ ପାରାଦୀପ ବନ୍ଦର ଦ୍ୱିତୀୟ ସ୍ଥାନ ହାସଲ କରି ପରିଥିଲା । ଏକ ଭର୍ଚୁଆଲ୍ ମିଟିଙ୍ଗ୍ ରେ ବନ୍ଦର ଟ୍ରାଫିକ୍ ବିଭାଗ ଓ ବ୍ୟବହାରକାରୀ ସଂସ୍ଥାମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶା ସମାଚାର