ପାରାଦୀପ ୦୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ପୂର୍ବତନ ମେରାଇନ୍ ଚିଫ୍ ଅଫିସର ୟୁ. ଅପ୍ପାଲାସ୍ୱାମୀଙ୍କ ଅପ୍ରେଲ ୩୦ତାରିଖରେ ବିଶାଖାପାଟଣା ସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ସେହି ହସ୍ପିଟାଲରେ ଏହାର ପୂର୍ବଦିନ ଅର୍ଥାତ ଅପ୍ରେଲ ୨୯ତାରିଖରେ ତାଙ୍କ ଧର୍ମପତ୍ନୀଙ୍କର ମଧ୍ୟ ଚିକିତ୍ସାଧିନନ ଅବସ୍ଥାରେ ମୃତୁ୍ୟ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଦମ୍ପତିଙ୍କର କରୋନା ସଂକ୍ରମଣରେ ମୃତୁ୍ୟ ଘଟିଥିବା ସନ୍ଦେହ କରାଯାଉଛି । ତେବେ ସଂପ୍ରତି କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୁରେଇ ରହି ଆସନ୍ତା କିଛି ସପ୍ତାହ ଘରେ ରହିବା ଶ୍ରେୟଷ୍କର ବୋଲି ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ବ୍ୟବହାର କରିବା ସହ ଦୈନିକ ବ୍ୟାୟାମ ଅଭ୍ୟାସ କରିବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଓଡ଼ିଶା ସମାଚାର