Friday , September 22 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜୁଲାଇ ୩୧ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକମାନଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ

ଜୁଲାଇ ୩୧ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକମାନଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ

କେନ୍ଦ୍ରପଡ଼ା ,୦୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବନବିଭାଗ ଜୁଲାଇ ୩୧ତାରିଖ ପର୍ୟ୍ୟନ୍ତ ଏହି କଟକଣା ଜାରି କରିଛି ।
ସୂଚନା ଅନୁଯାୟୀ, କୁମ୍ଭୀର ମାନଙ୍କ ପ୍ରଜନନ ନିମନ୍ତେ ମେଁ ୧ ତାରିଖରରୁ ଜୁଲାଇ ୩୧ ତାରିଖ ପର୍ୟ୍ୟ ଭିତରକନିକା ବନ୍ଦ ରହିବ । ଏହି ସମୟରେ ମାଇ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି । ପର୍ୟ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ୟ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ । ଏହି ତିନିମାସ ସମୟରେ ବଉଳାକୁମ୍ଭିର ମାନେ ଅଣ୍ଡା ଦେଇଥାନ୍ତି । ନିଜର ବଂଶ ରକ୍ଷା କରିବା ପାଇଁ ପାଖରେ କେହି ପର୍ୟ୍ୟଟକ ଦେଖିଲେ ଆକ୍ରମଣ କରିବାକୁ ପଛାଇନଥାନ୍ତି । ତେଣୁ ଏହି ସମୟରେ ଭିତରକନିକାକୁ ପର୍ୟ୍ୟଟକଙ୍କ ଯିବା ଉପରେ ବନ ବଭାଗ ପକ୍ଷରୁ କଟକଣା ଜାରି ଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *