କେନ୍ଦ୍ରାପଡ଼ା, ୦୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଅନ୍ତର୍ଗତ ଗୋପ ଗ୍ରାମର ସୁଶାନ୍ତ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ଗୁରୁବାର ରାତିରେ ସେ ସପରିବାର ଶୋଇଥିବା ବେଳେ କେହି ଦୁର୍ବୁତ ତାଙ୍କ ଘରେ ପଶି ବହୁ ମୁଲ୍ୟବାନ ଜିନିଷ ଚୋରି କରିନେଇଯାଇଛି । ତାଙ୍କ ଘରର ଦକ୍ଷିଣ ପାଶ୍ୱର୍ ଝରକା ତାଡି ସୁନା ମୁଦି, ଶାଙ୍ଖô, କାନଫୁଲ ପ୍ରଭୃତି ପ୍ରାୟ ୧୫ ଗ୍ରାମ ଓଜନର ସୁନା ଗହଣା, ରୂପା ଖଡୁ, ପାଉଁଜି (୧୦ହଳ)ଅାବିଛା ସମେତ ୩ଟି ମହିଳା ହାତଘା, ଭ୍ୟାନିଟ ବ୍ୟାଗ,ଏଟିଏମ କାର୍ଡ, ଅଫିସ ଚାବି ଓ ନଗଦ ୧୨ହଜାର ୫ଶହ ଟଙ୍କା ଚୋରି କରିନେଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଥାନା ପକ୍ଷରୁ ଏକ ଚୋରି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି । ଓଡ଼ିଶା ସମାଚାର