Monday , October 2 2023
Breaking News
Home / ବିଶେଷ / ଗଜାତୋଟାରେ ଆନନ୍ଦ ବାବାଙ୍କ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ

ଗଜାତୋଟାରେ ଆନନ୍ଦ ବାବାଙ୍କ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ

ପାରାଦୀପ ୦୧/୦୫/୨୦୨୧(ଓଡ଼ିଶା ସମାଚାର)- ଆମ୍ବେରୀରେ ଥିବା ପ୍ରସିଦ୍ଧ ଗଜାତୋଟାରେ ପତିତପାବନ ମଠର ପ୍ରଥମ ମହନ୍ତ ବାବା ଆନନ୍ଦ ଦାସଙ୍କ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚତୁର୍ଥ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ବୁଧବାର ସକାଳେ ସମାଧୀ ପୂଜା ଓ ମନ୍ଦରରେ ସ୍ୱତନ୍ତ୍ର ନୀତି ହୋଇଥିଲା । ସନ୍ଧ୍ୟାରେ ନାମ ସମାପନ ଓ ପ୍ରସାଦ ସେବନ ଆୟୋଜିତ ହୋଇଥିଲା । ଆମ୍ବେରୀ, ଭରାଗୋଳ, ଏରଗାରୀ, ଗଡ଼ ସରଟୋଲା ଓ କୂଳ ସରଟୋଲା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପବିତ୍ର କାର୍ଯ୍ୟକୁ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ବିଭୁତି ଭୂଷଣ ମହାନ୍ତିଙ୍କ ସମେତ ବରିଷ୍ଠ ସଦସ୍ୟ ମୁନା ମହାନ୍ତି, ନୃସିଂହ ମନ୍ତ୍ରୀ, ରମେଶ ଚନ୍ଦ୍ର ସାହୁ, ପ୍ରଫୁଲ ଦାସ, ଅନାମ ସ୍ୱାଇଁ, ଅନନ୍ତ ଚରଣ ମହାନ୍ତି, ବିକ୍ରମ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ମୁରଲୀଧର ମହାନ୍ତି, ଶିଶିର କୁମାର ମହାନ୍ତି, ଭରତ ଚନ୍ଦ୍ର ମହାପାତ୍ର, ଭରତ ଚନ୍ଦ୍ର ସେଠୀ, ବିକାଶ ମହାନ୍ତି, ସାଗର ଦାସ, ଖଗେଶ୍ୱର ସାହୁ ଓ ଅଚର୍ଚ୍ଚନା ଦାସ ପ୍ରମୁଖଙ୍କ ନେତୃତ୍ୱରେ ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *