Saturday , June 3 2023
Breaking News
Home / ବିଶେଷ / କନ୍ଦରପୁର ଅଂଚଳରୁ ୪୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

କନ୍ଦରପୁର ଅଂଚଳରୁ ୪୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

କଟକ, ୦୧/୦୫/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲା ଅଧବନସ୍ଥ କନ୍ଦରପୁର ଅଂଚଳରୁ ୪୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯିବା ସହିତ ଜଣେ ଗିରଫ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ଅପ୍ରେଲ ୩୦ ତାରିଖ ରାତି ୧୦ ଟା ବେଳେ କନ୍ଦରପୁର ଥାନା ଆଇଆଇସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ କି କନ୍ଦରପୁର ବଜାର ବଜାରରେ ଓଡ଼ି /୦୧/ଡ଼ବ୍ଲ୍ୟୁ /୨୭୦୧ ମୋଟରସାଇକେଲ ରେ ବ୍ରାଉନସୁଗାର ଚୋରା ବେପାରୀ ତାର କାରବାର ପାଇଁ ଅପେକ୍ଷା କରିଛି । ଜଳେଶ୍ୱରରୁ ବ୍ରାଉନ ସୁଗାର ଆଣି କଟକ, ଜଗତସିଂହପୁର ଅଂଚଳରେ ସେ ଚୋରା କାରବାର କରେ ବୋଲି ସୂଚନା ମିଳିଥିଲା । ସେ କଟକ ରେ କାରବାର କରିସାରି ଜଗତସିଂହପୁର ଯାଉଥିଲା । କନ୍ଦରପୁର ଥାନା ଏସଆଇ ରାଧାାକାନ୍ତ ସେଠୀ ଓ ତାଙ୍କ ସହକର୍ମୀ କନ୍ଦରପୁର ବଜାର ରେ ପହଂଚି ସମ୍ପୃକ୍ତ ବ୍ରାଉନ ସୁଗାର ବେପାରୀକୁ ଅଟକ ରଖିବାକୁ ସଫଳ ହୋଇଥିଲେ । ସେ ଜଳେଶ୍ୱରର ଜଣାଶୁଣା ବ୍ରାଉନ ସୁଗାର ବେପାରୀ ସେକ୍ ରାଜା ବୋଲି ଜଚ୍ଚାପଡ଼ିଥିଲା । ତା ନିକଟରୁ ୪୪୦ ଗ୍ରାମ ୮୩୦ ମିଲି ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ । ତା ନିକଟରୁ ନଗଦ ଟଙ୍କା, ମୋବାଇଲ ଫୋନ ଓ ତା ବାଇକ ଜବତ କରାଯାଇଛି । ଏ ସମ୍ପର୍କରେ କନ୍ଦରପୁର ଥାନାରେ କେଶ ନଂ -୧୧୦ / ୧.୫.୨୦୨୧ ରୁଜୁ କରାଯାଇଛି । ଅର୍ପିତା ଖଟୁଆ , ଅତିରିକ୍ତ ଆଇଆଇସି ଘଟଣାର ତଦନ୍ତ କରୁଥିବା କଟକ ଡ଼ିସିପି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.