Tuesday , October 3 2023
Breaking News
Home / ବିଶେଷ / ଓଡିଆ ହାସ୍ୟକବି ସମ୍ମିଳନୀ ପକ୍ଷରୁ ବ୍ୟଙ୍ଗକାର ଡମ୍ବରୁ ବାବାଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଆ ହାସ୍ୟକବି ସମ୍ମିଳନୀ ପକ୍ଷରୁ ବ୍ୟଙ୍ଗକାର ଡମ୍ବରୁ ବାବାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର ୦୧/୦୫/୨୦୨୧(ଓଡ଼ିଶା ସମାଚାର)- କେବଳ ବ୍ୟଙ୍ଗ ନୁହେଁ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ସଫଳ ଲେଖନୀ ଚାଳନା ସହିତ ସାହିତ୍ୟ ସଂଗଠନ ଏବଂ ସାବିତ୍ରୀ ପାଠାଗାର ଓ ସଂଗ୍ରହାଳୟ ସ୍ଥାପନ  ଜରିଆରେ ଉପାନ୍ତ ଜିଲ୍ଲାମାନଙ୍କରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦିବଂଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକ(ଡମ୍ବରୁବାବା) ସମର୍ପିତ ଥିଲେ ବୋଲି ଆଜି ଆୟୋଜିତ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି ।

ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ଆବାହକତ୍ବରେ ଆୟୋଜିତ ଏହି ସ୍ମୃତି ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦ରୁ ଅଧିକ ପ୍ରବୀଣ ଓ ନବୀନ ସାହିତ୍ୟିକ ଯୋଗ ଦେଇଥିଲେ ଏବଂ ସେଥି ମଧ୍ୟରୁ ପୀତବାସ ରାଉତରାୟ,  ଶ୍ରୀଯୁକ୍ତ ସତ୍ୟାନାଶ, ଦ୍ବିତୀଚନ୍ଦ୍ର ସାହୁ, ବିଘ୍ନେଶ୍ବର ସାହୁ, ବସନ୍ତ ମିଶ୍ର ପ୍ରମୁଖ ଶବ୍ଦ ସୁମନ ଅର୍ପଣ କରିଥିଲା ବେଳେ ସନାତନ କଟା, ଅର୍ଜୁନ ଦାସ ଏବଂ ଶାରଦା ପ୍ରସାଦ ମହାପାତ୍ର ଦିବଂଗତ କବିଙ୍କ ରଚିତ ବ୍ୟଙ୍ଗ କବିତା ପାଠ କରିଥିଲେ । ଶେଷରେ ଗିରିଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ରାୟଗଡା ଜିଲ୍ଲାର ସାହିତ୍ୟ ଏକାଡେମୀ ସଦସ୍ୟ ଡମ୍ବରୁ ବାବାଙ୍କର ମାତ୍ର ୫୨ ବର୍ଷ ବୟସରେ ଗତ ଅପ୍ରେଲ ମାସ ୨୨ ତାରିଖରେ ପରଲୋକ ଘଟିଛି । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *