Sunday , October 1 2023
Home / ବିଶେଷ / ଆଉ ୧୦,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୧ ଜଣ ଙ୍କ ମୃତ୍ୟୁ

ଆଉ ୧୦,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୧ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୦୧/୦୫/୨୦୨୧(ଓଡ଼ିଶା ସମାଚାର)- ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଆଜି ପୁଣି ଜମ୍ପ ମାରିଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ରେକର୍ଡ଼ ଭାଙ୍ଗି ନୂଆ ୧୦,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୫୨୬ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୯୨ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୪ଜଣ, ବରଗଡ଼ ଜିଲ୍ଲାରୁ ୫୧୧ଜଣ, ଭଦ୍ରକ ଜିଲ୍ଲାରୁ ୨୦୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୦ଜଣ, ବୌଦ୍ଧ ଜିଲ୍ଲାରୁ ୮୭ଜଣ, କଟକ ଜିଲ୍ଲାରୁ ୮୨୮ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ଜଣ, ଗଜପତି ଜିଲ୍ଲାରୁ ୧୫୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୨ଜଣ, ଜଗତସିଂହପୁର ଜିଲ୍ଲାରୁ ୪୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୫୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ଜଣ, କୋରାପୁଟ ଜିଲ୍ଲାରୁ ୬୮ଜଣ, ମାଲକାନଗିରି ଜିଲ୍ଲାରୁ ୫୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୪୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୭୮ଜଣ, ନୟାଗଡ଼ ଜିଲ୍ଲାରୁ ୨୧୮ଜଣ, ନୂଆପଡ଼ା ଜିଲ୍ଲାରୁ ୪୧୮ଜଣ, ପୁରୀ ଜିଲ୍ଲାରୁ ୫୩୩ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୦ଜଣ, ସମ୍ବଲପୁର ଜିଲ୍ଲାରୁ ୪୨୬ଜଣ, ସୋନପୁର ଜିଲ୍ଲାରୁ ୧୩୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ଜଣ, ଷ୍ଟେଟ ପୁଲ୍ରୁ ୩୬୦ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୬୦୭ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ରାୟଗଡ଼ା, ପୁରୀ, କୋରାପୁଟ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ମୃତକ ଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୩ ଜଣ ମହିଳା ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୫୪୬୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୮୫୪୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୦୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୬୭୦୮୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୧୩୪୧୧୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *