କେନ୍ଦ୍ରାପଡ଼ା, ୩୦/୦୪/୨୦୨୧(ଓଡ଼ିଶା ସମାଚାର)-ସଂପ୍ରତି ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ମାନଙ୍କୁ ରାଜ୍ୟ ସରକାର ଯେଉଁ କୋଭିଡ ଟିକା ଦେବାକୁ ବ୍ୟବସ୍ଥା କରିଛନ୍ତି ତାହାର ସୁପରିଚାଳନା ନିମନ୍ତେ କେନ୍ଦ୍ରାପଡା ପୌରାଂଚଳରେ ହେଲଥ ଅଫିସର ଓ ପୌର ନିର୍ବାହୀ ଅଧିକାରୀଙ୍କ ମିଳିତ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଟିକା ପ୍ରଦାନ କରାଯିବାକୁ ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଉପଭୋକ୍ତାଙ୍କୁ ଯେପରି ଭାବେ ସୁଚାରୁ ରୂପେ ଏହି ଟିକା ଉପଲବ୍ଧ ହୋଇ ପାରିବ ସେଥି ନିମନ୍ତେ କେନ୍ଦ୍ରାପଡା ବିଧାୟକଙ୍କୁ ଏହାର ଉପଦେଷ୍ଟା ଭାବେ ରଖିବା ନିମନ୍ତେ ନାଗରିକ ମଂଚର ଆବାହକ ତଥା ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ ଜିଲ୍ଲାପାଳଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ଜନସାଧାରଣଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହା ଗ୍ରହଣ କରିବେ ବୋଲି ଶ୍ରୀ ସାହୁ ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର