Wednesday , March 29 2023
Home / ବିଶେଷ / ଶିକ୍ଷକ ପୁରୁଷୋତମ ସିଂଙ୍କ ବିୟୋଗରେ ଶୋକସଭା

ଶିକ୍ଷକ ପୁରୁଷୋତମ ସିଂଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା,୩୦/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଦେପୁର ମଧ୍ୟଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା କୋର ପଂଚାୟତର ଗଇଦୁଆ ଗ୍ରାମର   ସ୍ୱର୍ଗତଃ  ପୁରୁଷୋତମ ସିଂଙ୍କ (୭୬) ବର୍ଷ ବୟସରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ  ସଭାପତିତ୍ୱରେ ଏକ ସ୍ମୃତିସଭା ତାଙ୍କ ବାସଭବନରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେହି ସଭାରେ ସଂଗଠନର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ ସ୍ୱର୍ଗତଃ ସିଂଙ୍କ ଶିକ୍ଷକତା ସମୟର ନିଷ୍ଠାପର ଶିକ୍ଷାଦାନ ଫଳରେ ଜିଲ୍ଲାର ବାହାରୁ ଛାତ୍ରମାନେ ଆସି ହଷ୍ଟେଲରେ ରହି ଶିକ୍ଷାଦାନ କରୁଥିଲେ ବୋଲି ସୂଚନା ଦେଇଥିଲେ । ସଂପାଦକ କରୁଣାକର ଦାସ ତାଙ୍କ ଉଦ୍ଧେଶ୍ୟରେ ଏକ କବିତାପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ସ୍ୱାଇଁ, ମନ୍ମଥ କୁମାର ରାଉତ, ଏକାଦଶୀ ମୁଖୀ, ବଳରାମ ସାହୁ, ଆଦିକନ୍ଦ ରାଉଳ, ବୈଷ୍ଣବ ଚରଣ ବେହେରା ପ୍ରମୁଖ ସ୍ୱର୍ଗତଃ ଆତମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.