କେନ୍ଦ୍ରାପଡ଼ା, ୩୦/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ପାଇଁ ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ହେଲେ ରାଜକିଶୋର ବେହେରା, ମୁକେଶ ରାଉତ, ସତ୍ୟଜିତ ଜେନା, ବ୍ରହ୍ମାନନ୍ଦ ମଲ୍ଲିକ, ପ୍ରଦୀପ କୁମାର ବିଶ୍ୱାଳ, ସତ୍ୟପ୍ରଜ୍ଞ ନାୟକ, ତୁଷାର କୁମାର ସାହୁ, ରାଜେଶ କୁମାର ସେଠୀ, ମୋନାଲିସା ବାରିକ ଓ ଅନ୍ୟ ତିନିଜଣ । ଅନ୍ୟ ତିନିଜଣଙ୍କ ନାମ ସମ୍ପର୍କରେ ଥାନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି ଗତ ବୁଧବାର ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ କଲେଜ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଥିଲେ । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କରୋନା ସଂକ୍ରମଣ ସମୟରେ ଏପରି ଅବରୋଧ କାର୍ୟ୍ୟ କରାଯାଇଥିବାରୁ ସେମାନଙ୍କ ବିରୁଦ୍ଧରେ ୨୮/୨୦୨୧ରେ ଏକ ଫୌଜଦାରୀ ମାମଲା ଭାରତୀୟ ପିଙ୍ଗଳ କୋର୍ଡର ୧୪୭, ୧୮୬, ୨୮୩ ଓ ୧୪୯ ସମେତ ଫୈାଜଦାରୀ ଆଇନର ୭ର ୫୧(ଖ), ବିପର୍ୟ୍ୟୟ ପରିଚାଳନା ଆଇନ ୩ ଏବଂ ମହାମାରୀ ଆଇନ ଅନୁଯାଇ ମାମଲା ରୁଜୁ କରାଯାଇଥିବା ପୋଲିିସ ସୂଚନା ଦେଇକ୍ତି । ଓଡ଼ିଶା ସମାଚାର