ରଘୁନାଥପୁର ୩୦/୦୪/୨୦୨୧(ଓଡ଼ିଶା ସମାଚାର)-ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କର ପିତୃମାତୃ ଭକ୍ତିକୁ ଆଜିର ଯୁବ ସମାଜ ଅନୁସରଣ କରି ନିଜର ପିତା ମାତାଙ୍କ ପ୍ରତି ଭକ୍ତି ସେବା ଦେଇ ତାଙ୍କ ମୁଖରେ ହସ ଫୁଟାଇ ତୋଳିଲେ ପ୍ରତ୍ୟେକ ପରିବାରରେ ବୃଦ୍ଧ ପିତା ମାତା ମାନେ ଅବହେଳିତ ହୋଇ ରହିପାରିବେ ନାହିଁ ବୋଲି ଆଜି ଭାରତର ପ୍ରଥମ ସ୍ମାର୍ଟ ଗ୍ରାମ କଲରାବାଙ୍କ ରଘୁନାଥ ଜୀଉ ମନ୍ଦିରରେ ସରକାରଙ୍କର କୋଭିଡ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ନିରାଡମ୍ବର ଭାବେ ଶ୍ରୀ ରାମ ଅଭିଷେକ ଓ ରାମଚରିତ ମାନସର ଉଦ୍ଯ।ପନ ଦିବସରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ତଥା କିଟ୍, କିସ୍ ର ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ ଯୋଗଦେଇ ଏହା କହିଥିଲେ । ସୁଖ, ଶାନ୍ତି, ଆନନ୍ଦ ହାଟରେ ବା ବଜାରରେ ବିକ୍ରୀ ହୁଏ ନାହିଁ, ତାହା କେବଳ ଈଶ୍ୱରଙ୍କ ନିକଟରୁ ମିଳିଥାଏ ବୋଲି ଡଃ ସାମନ୍ତ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କାଦମ୍ବିନୀ କୁନି କଥାର ସଂପାଦିକା ତଥା କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲରାବାଙ୍କ ହାଇସ୍କୁଲର ମୁଖ୍ୟ ପୁରୋଧା ଡଃ ଇତି ସାମନ୍ତ ଯୋଗଦେଇ ଉଚ୍ଚାରଣ ନୁହେଁ ଆଚରଣ ହିଁ ଧର୍ମ ଏବଂ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ର ଙ୍କର ପିତୃଭକ୍ତିକୁ ଆଜିର ଯୁବ ସମାଜ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ନୀଳିମାରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାମନ୍ତ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ, ସମାଜସେବୀ ନିରୁପମା ସାମନ୍ତ, ବିଜୟ କୁମାର ସାମନ୍ତ, କିଟ୍ ବିଦୁ୍ୟତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । କୋଭିଡ୍ର କଟକଣା ଯୋଗୁଁ ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା । ଏହି କାର୍ଯ୍ୟକ୍ରମକୁ ପୂଜକ ଧିରେନ୍ଦ୍ର ପଣ୍ଡା, ମୃତୁ୍ୟଞ୍ଜୟ ଆଚାର୍ଯ୍ୟ, ରତ୍ନାକର ଦାଶ, ଚନ୍ଦନ ଦାଶ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କୁ ଅଭିଷେକ ଓ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିଥିଲେ । ଓଡ଼ିଶା ସମାଚାର