ପୁରୀ, ୩୦/୦୪/୨୦୨୧(ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପୂର୍ବତନ ସମିତିସଭ୍ୟ ସମାଜସେବୀ ନାରାୟଣ ସ୍ୱାଇଁ(ନାରୁ) କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାବେଳେ ପିପିଲି ବ୍ଲକ ହାଟସାହି ପଂଚୟତ ଉପକଣ୍ଠ ପୋଡ଼ାଗୁଣ ଗ୍ରାମର ୪- ନମ୍ବର ୱାର୍ଡ ଦାସସାହି ବାସିନ୍ଦା ଶ୍ରୀଯୁକ୍ତ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା ପୁର୍ବକ ମଙ୍ଗଳ ପାର୍ଥନା କରି ବିନ୍ଧବାସିନୀ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିଛନ୍ତି । ଏହି ଦୀପଦାନ ପର୍ଵରେ ବିଜେଡି କାର୍ଯ୍ୟକର୍ତା ଯୁବସମାଜସେବୀ ହେମନ୍ତ ଦାସ, ରମେଶ ଦାସ, ପୂର୍ବତନ ୱାର୍ଡ ମେମ୍ବର ମନୋରମା ଦାସ, ଉମେଶ ଦାସ, ପୂର୍ବତନ ୱାର୍ଡ ମେମ୍ବର ତଥା ବରିଷ୍ଠ ନାଗରିକ ଅଇଁଠା ଦାସ, ବିକାଶ ଦାସ, ଦିପୁ ଦାସ ପ୍ରମୁଖ ଉପସ୍ଥିତଥିଲେ । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ସ୍ୱାଇଁ ହାଟସାହି ପଂଚାୟତର ବନ୍ତଳସିଂହ ଦେଉଳି ବାସିନ୍ଦା ଭାବେ ଜଣେ ବିଜୁ ଜନତା ଦଳର ଆଗଧାଡି ନେତା,ଦକ୍ଷ ସଂଗଠକ,ଆଇନିଜୀବୀ,ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କର ପରିଚିତ ଅଟନ୍ତି । ଓଡ଼ିଶା ସମାଚାର